ବିଧାନସଭାରେ ଉଠିଲା କେନ୍ଦ୍ରାପଡ଼ାରେ ପୋଲ ଭୁଶୁଡ଼ିବା ପ୍ରସଙ୍ଗ

ଭୁବନେଶ୍ବର : କେନ୍ଦ୍ରାପଡ଼ା ସହରରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, କେନ୍ଦ୍ରାପଡ଼ାରେ ୪୦ ‌କୋଟି ଟଙ୍କାର ପୋଲ ଭୁଶୁଡ଼ି ପଡ଼ିଛି। ପୁଣି ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କୁ। ଯେ ଯନ୍ତ୍ରୀ ମହୋଦୟ ଗୋଟିଏ ବି ଦିନ ନିର୍ମାଣ ସ୍ଥଳକୁ ଯାଇନାହାନ୍ତି। ଯାହାଙ୍କ ଭୁଲ୍‌ ପାଇଁ ପୋଲ ଭୁଶୁଡ଼ିଲା, ତାଙ୍କୁ କିପରି ତଦନ୍ତ ଦାୟିତ୍ବ ଦିଆଯିବ? ଠିକାଦାର ଏ ଯାଏ ଗିରଫ ହୋଇନାହାନ୍ତି। ଦାୟିତ୍ବରେ ଥିବା ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇନି। ବାଚସ୍ପତି ଏ ନେଇ ରୁଲିଂ ଦେବାକୁ ସେ ଦାବି କରିଥିଲେ। ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ସରକାର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ।

ସମ୍ବନ୍ଧିତ ଖବର