କରୋନା ସଂକଟ ସମୟରେ ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗ: ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ

ଭୁବନେଶ୍ୱର: କରୋନା ସଂକଟ ସମୟରେ ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ । ଏନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

Goa: Allow Class VIII-X students to attend school in batches, schools tell government | Goa News - Times of India
Times of India

ସୂଚନା ଥାଉକି, କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲା ସ୍କୁଲ ଯାଉନାହାନ୍ତି କି ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି । ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କ ଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକ ମାନେ କାହିଁକି ମାସିକ ଦେୟ ଦେବେ । ଏନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଛି କି ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀ ମାନେ ଦରମା ନେଉଛନ୍ତି । ଆନୁସାଙ୍ଗିକ ଖର୍ଚ୍ଚ ବି ବନ୍ଦ ହୋଇ ନାହିଁ । ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ ।

ତେଣୁ ଅବିଭାବକ ମାନେ ମାସିକ ଦେୟ ଦେବାକୁ ବାଧ୍ୟ । ଅନ୍ୟପଟେ ଏନେଇ ଉଭୟ ଅବିଭାବକ ସଂଘ ଓ ବେସରକାରୀ ସ୍କୁଲ ସଂଘ କୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆଜି ଏହି ମାମଲା ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର