କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍ ରଘୁବୀର ଦାଶ କମିସନ ଦାଖଲ କରିଥିବା ରିପୋର୍ଟ ବିଧାନସଭାରେ ଏ ପର୍ଯ୍ୟନ୍ତ ଉପସ୍ଥାପନ କରାଯାଇ ନଥିବାରୁ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ବିଧାନସଭା ଅଧିବେଶନରେ ତଦନ୍ତ କମିସନ ରିପୋର୍ଟ ଉପସ୍ଥାପନ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ଆଜି ଶୁଣାଣି କରିଥିବା ବେଳେ ଜାନୁଆରି ୩୦ରେ ସବିଶେଷ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି କହିଛନ୍ତି। ରତ୍ନଭଣ୍ଡାରରେ ରହି ଆସୁଥିବା ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି ପାଇଁ ପ୍ରସ୍ତୁତ ଏସ୍ଓପିର ଅନୁମୋଦନ ଓ ଏ ସଂପର୍କିତ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସଂପୂର୍ଣ୍ଣ କରିବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
Forest: ଜଙ୍ଗଲ ସୁରକ୍ଷା ସହ ଜୀବିକା ବିକାଶ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୧୮ରେ ବିଚାର ବିଭାଗୀୟ ତଦନ୍ତ କମିସନ ରିପୋର୍ଟ ଦାଖଲ କରିଥିବା ବେଳେ ସରକାର ବିଧାନସଭାରେ ଏ ପର୍ଯ୍ୟନ୍ତ ଉପସ୍ଥାପନ କରି ନାହାନ୍ତି। ଏଥି ସହିତ ଗଣତିମଣତି ପ୍ରକ୍ରିୟା ପାଇଁ ଏସ୍ଓପି ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ଗଣତିମଣତି ପ୍ରକ୍ରିୟା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ତଦନ୍ତ କମିସନ ରିପୋର୍ଟ ଉପସ୍ଥାପନ ପାଇଁ ସରକାର ଆଗ୍ରହୀ। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏସ୍ଓପି ପ୍ରସ୍ତୁତ କରାଯାଇଛି। ଏସ୍ଓପି ଅନୁମୋଦନ ପରେ ଗଣତିମଣତି କାର୍ଯ୍ୟ ଆଗେଇବ। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସହଯୋଗ ନେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
Health: କ୍ୟାନ୍ସର-କିଡ୍ନି ବ୍ୟାପିବା ଘଟଣା: ପାନୀୟ ଜଳ ପରୀକ୍ଷା ପାଇଁ ନମୁନା ସଂଗ୍ରହ
ସୂଚନାଯୋଗ୍ୟ, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିସନଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ତଦନ୍ତ ପରେ କମିସନ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)