ଭୁବନେଶ୍ବର: ଖରା ଛୁଟି ପରେ ଆସନ୍ତାକାଲି (ଜୁନ୍ ୧୮ରେ) ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ହେଉଛି। ତେଣୁ ଜିଲ୍ଲାପାଳମାନେ ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଯାୟୀ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ। ଏହି ନିର୍ଦ୍ଦେଶ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଯେଉଁ ସ୍କୁଲ ଖୋଲିବ ସେଠାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାପରେ ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, କଟକ, କେନ୍ଦୁଝର, ନବରଙ୍ଗପୁର, ପୁରୀ, ଅନୁଗୁଳ, ବାଲେଶ୍ବର ଜିଲ୍ଲାପାଳମାନେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର, ଭଦ୍ରକ, ବରଗଡ଼, ବଲାଙ୍ଗୀର ଜିଲ୍ଲାପାଳମାନେ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/school.jpg)