ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗ: ୨ବର୍ଷ ପରେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର: ୨ବର୍ଷ ପରେ ପୁଣି ଅଭିବକ୍ତ କୋରାପୁଟଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ପୁଣି ଉଠିଛି। ଆଜି ଜିଲ୍ଲା ଦୌରାଜଜ୍ କୋର୍ଟ ସହ ସହରରେ ଥିବା ୨୦ଟି କୋର୍ଟରେ ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। କୌଣସି ଆଇନଜୀବୀ ଆଜି କାର୍ଯ୍ୟରେ ଯୋଗ ଦେଇ ନଥିଲେ। କିଛି ମହକିଲ ଓମହକିଲଙ୍କ ସଂପର୍କୀୟ କାର୍ଯ୍ୟବନ୍ଦ ଆନ୍ଦୋଳନ ସଂପର୍କରେ ଜାଣି ନ ପାରି କୋର୍ଟକୁ ଆସିଥିଲେ। ଗତ ୪ଦିନ ତଳେ ଜୟପୁର ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକର ନିଷ୍ପତି ଅନୁଯାୟୀ ଆଜି ଓ ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି ବୋଲି କହିଛନ୍ତି ସଂଘର ସଭାପତି ସରୋଜ ଦାଶ। ଆଗାମୀ ଦିନରେ ପୁଣି ଅଭିବକ୍ତ କୋରାପୁଟ ଜିଲ୍ଲାର ସବୁ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନେଇ ଜୟପୁରରେ ବୈଠକ କରି  ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଭାପତି ଶ୍ରୀ ଦାଶ।

୫ମ ଅଧିସୂଚିତ ତଥା ଗରିବ , ନିଷ୍ପେଷିତ , ଅନୁସୂଚିତ ଜନଜାତି ,ଅନୁସୂଚିତ ଜାତି ଲୋକେ ବସ ବାସ କରୁଥିବାରୁ ଏବଂ ସେମାନଙ୍କ ପାଦ ତଳକୁ ‌ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ସେମାନଙ୍କ ପାଇଁ ଆଇନଜୀବୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି ସଂଘ ଉପସଭାପତି ଗିରିଧର ଖରା, ଆଇନଜୀବୀ ଆରତୀ ମହାନ୍ତି, ଶରତ କୁମାର ମାଝୀ, ଦାସରଥୀ ପଟ୍ଟନାୟକ, ପ୍ରଶାନ୍ତ ତ୍ରିପାଠୀ,  ରବିନ୍ଦ୍ର କୁମାର ପାତ୍ର, ହରିଶ୍ଚନ୍ଦ୍ର ମୁଦୁଲି, କେ.ଦିବାକର ରାଓ। ପୂର୍ବରୁ ୨୦୦୮ମସିହାରୁ ଏହି ଆନ୍ଦୋଳନ ଚାଳି ଆସିଥିବା ବେଳେ ଗତ ୨୦୧୯ରୁ ୨ବର୍ଷ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। କୋରନା ମହାମାରୀ ଯୋଗୁଁ ଆନ୍ଦୋଳନକୁ ବନ୍ଦ କରାଯାଇଥିଲା। ଅଭିବକ୍ତ ‌କୋରାପୁଟଜିଲ୍ଲା ଅଧିବକ୍ତା କ୍ରିୟାନୁଷ୍ଠାନ କମିଟିରେ ଆଲୋଚନା ହେବା ପର୍ଯ୍ୟନ୍ତ ଜୟପୁର ଜିଲ୍ଲା ଓକିଲ ସଂଘ ମାସକର ଶେଷ ଦୁଇ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରଖିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆଜିର ଧାରଣାରେ ବରିଷ୍ଠ ଆଇନଜୀବୀ କେଦାର ନାଥ ସାମନ୍ତରାୟ, ସୁବାସ ପଣ୍ଡା, ଶିଶିର ମିଶ୍ର, ଅନୁପ ପାତ୍ର, ହରି ମଲ୍ଲୀକ, ସୁଧିର ପାଢ଼ୀ, ଶିବ ପାଢ଼ୀ, କେ.ପ୍ରସାଦ ରାଓ, ଜ୍ୟୋତିରଂଜନ ପୁଝାରୀ, ସୁରେଶ ହଡପ, ମହେନ୍ଦ୍ର ଅଧିକାରୀ, ରବି ମାଝୀ,  ବି.ନବୀନ ଚୌଧୁରୀ, ଅଶୋକ ମିଶ୍ର, ଯୁଗୋଳ କିଶୋର ପଟ୍ଟନାୟକ, ବିନୟ ବିଶ୍ବାସ, ସୁରେଶ ପଟ୍ଟନାୟକ, ଅଶ୍ବିନୀ ପଟ୍ଟନାୟକ, ରାଜେନ୍ଦ୍ର ସାନ୍ତ୍ରା, ସହଦେବ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ଆଇନଜୀବୀ ଏଥିରେ ଭାଗ ନେଇଥିଲେ।।

ସମ୍ବନ୍ଧିତ ଖବର