ଜିଲ୍ଲା ଟ୍ରେଜେରିରେ ରଖାଯିବ ହାତୀଦାନ୍ତ

ଛତ୍ରପୁର : ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟ ଷ୍ଟ୍ରଙ୍ଗ୍‌ରୁମ୍‌ରେ ହାତୀଦାନ୍ତ ରଖାଯିବ।

କିଛିଦିନ ପୂର୍ବେ ରମ୍ଭା ବନ୍ୟପ୍ରାଣୀ ରେଞ୍ଜ୍‌ ଇଲାକାରେ ଏକ ଛୋଟ ହାତୀର ମୃତ୍ୟୁ ହୋଇଥିଲା। ତା’ର ଦୁଇଟି ଦାନ୍ତ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ରହିଛି। ‌ତେବେ, ଏହାକୁ ଟ୍ରେଜେରି କାର୍ଯ୍ୟାଳୟ ଷ୍ଟ୍ରଙ୍ଗ୍‌ରୁମ୍‌କୁ ସ୍ଥାନାନ୍ତର କରିବା ଲାଗି ରମ୍ଭା ବନ୍ୟପ୍ରାଣୀ ଅଧିକାରୀ ନରସିଂହ ବେହେରା ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ଟ୍ରେଜେରି ଅଫିସର୍ ଶ୍ରୀ ବେହେରାଙ୍କୁ ଚିଠି ଯୋଗେ ଉଭୟ ଦାନ୍ତକୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯିବ ବୋଲି ଅବଗତ କରିଛନ୍ତି। ଆସନ୍ତା ୧୪ ତାରିଖରେ ଉଭୟ ଦାନ୍ତକୁ ଟ୍ରେଜେରି ଅଫିସ୍‌କୁ ଅଣାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର