ପୁରୀ : ଦୁଇବର୍ଷର କୋଭିଡ୍ଜନିତ କଟକଣା ପରେ ଚଳିତବର୍ଷ ପୁଣିଥରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ‘ଅନୁଭବ ଯାତ୍ରା’ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସମସ୍ତ ନିଯୋଗକୁ ଗତ ୩ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଛି। ସେହି ଅନୁସାରେ ସମସ୍ତ ନିଯୋଗକୁ ୪/୫ଜଣ ସେବାୟତଙ୍କ ତାଲିକା ସହ ଠିକଣା, ବୟସ, ନମ୍ବର, ଆଧାର କାର୍ଡ ଆଦି ତଥ୍ୟ ମଗାଯାଇଛି। ଫେବ୍ରୁଆରି ୭ ତାରିଖ ସୁଦ୍ଧା ମନ୍ଦିର କାର୍ଯ୍ୟାଳୟରେ ତାଲିକା ପ୍ରଦାନ କରିବାକୁ କୁହାଯାଇଛି। ଏହି ପ୍ରଥମ ପର୍ଯ୍ୟାୟ ‘ଅନୁଭବ ଯାତ୍ରା’ରେ ଉଜ୍ଜୟିନୀର ମହାକାଳେଶ୍ବର, ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ ସହ ଆଖପାଖ ଅଞ୍ଚଳର ଧାର୍ମିକ ଦର୍ଶନୀୟ ସ୍ଥାନ ଭ୍ରମଣ କରିବାର ବ୍ୟବସ୍ଥା କରାଯାଇଛି।
ପୁଣି ଆରମ୍ଭ ହେଲା ଅନୁଭବ ଯାତ୍ରା, ଉଜ୍ଜୟିନୀ ଯିବେ ଶ୍ରୀମନ୍ଦିର ସେବାୟତ
/sambad/media/post_attachments/wp-content/uploads/2021/06/srimandir-bkm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)