କାଶୀନଗର : ଗତ ଡିସେମ୍ବର ୨୨ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଗଜପତି ଜିଲ୍ଲା କାଶୀନଗର ଏନ୍ଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ରାଙ୍କ ନଂ-୬୪/ ତା.୩/୧/୨୦୨୩ ସମ୍ବଳିତ ଚିଠିରୁ ଏହା ଜଣାପଡ଼ିଛି। ବିଭାଗୀୟ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ କ୍ରମେ ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର କାଶୀନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଚିଠି ପଠାଇଛନ୍ତି। ଚିଠି ଅନୁଯାୟୀ ଉଲ୍ଲିଖିତ କନିଷ୍ଠଯନ୍ତ୍ରୀ ଗିରଫ ହେବା ଦିନ ଠାରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ଗଜପତି ଡିୟୁଡିଏ, ପିଡିଙ୍କ ଦପ୍ତରରେ ଧାର୍ଯ୍ୟ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us