ଧମା : ବୁଧବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଗ୍ରାମସାଥୀ ଦୟାନିଧି ଭୋଇଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିପଡ଼ିଛନ୍ତି।

Advertisment

ପ୍ରଣତି ନିକଟରେ ବତେମୁରା ଓ ବରଗାଁ ପଞ୍ଚାୟତ ଦାୟିତ୍ବ ନେଇଛନ୍ତି। ଏହାପୂର୍ବରୁ ସେ ବଦୁଆପାଲି ପଞ୍ଚାୟତ ଦାୟିତ୍ବରେ ଥିଲେ। ଅନ୍ତାପାଲିରୁ ବଦୁଆପାଲି ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ବିଲ୍‌ ପାସ୍ କରିବା ପାଇଁ ଗ୍ରାମସାଥୀ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ‌ଦୌଡ଼ୁଥିଲେ। ମାତ୍ର ସେ ଉଦ୍ଦେଶ୍ୟମୂଳକ ଭାବେ ବିଲ୍‌ ପାସ୍ କରୁନଥିଲେ। ବିଲ୍‌ ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅନ୍ୟ ଉପାୟ ନପାଇ ଗ୍ରାମସାଥୀ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଆଜି ପ୍ରଣତି ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଧରିଥିଲା। ଆୟବହିର୍ଭୂତ ସଂପତ୍ତି ଠୁଳ ସଂପର୍କରେ ଜାଣିବା ପାଇଁ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଥିବା ତାଙ୍କ ଘର ସମେତ ୩ଟି ଜାଗା‌ରେ ଚଢ଼ଉ ଚାଲିଛି।

ସମ୍ବଲପୁର କୁଲୁଥକାନିସ୍ଥିତ ବାସଭବନ, ଗୋବିନ୍ଦତୋଲାରେ ଏକ ଭଡ଼ାଘରରେ ଚାଲିଥିବା ସପିଂ ମଲ୍ ଓ ଅନୁଗୁଳ ଜିଲ୍ଲା ଡେରେଂଗ ଥାନା ବୋଲଗଣ୍ଠିଆନାଳିରେ ଥିବା ଶଶ୍ବର ଘରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।