କ୍ଷତିଗ୍ରସ୍ତଙ୍କ ଦୁଃଖ ଶୁଣୁନାହାନ୍ତି କାଟାମାଟି ଖଣି କର୍ତ୍ତୃପକ୍ଷ

ପ୍ରହସନରେ ଜନଶୁଣାଣି, ୧୦ମାସ ପରେ ବି ପୂରଣ ହେଲାନି ଦାବି 

ଚମକପୁର: ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଦେଓଝର ଗ୍ରାମ ପଞ୍ଚାୟତର ମୁର୍ଗା ଗ୍ରାମରେ ଚାଲିଥିବା କାଟାମାଟି ଖଣି କ୍ଷତିଗ୍ରସ୍ତ ଖଣି କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା ଏବଂ ଅବହେଳା କରୁଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଫଳରେ ୭ ତାରିଖରେ କାଟାମାଟି ଖଣି ଗେଟ୍ ସମ୍ମୁଖରେ କ୍ଷତିଗ୍ରସ୍ତ ଧାରଣାରେ ବସିଛନ୍ତି। ଖଣି କମ୍ପାନି ତୁରନ୍ତ ସମସ୍ୟାର ସମାଧାନ ନକଲେ ବା କ୍ଷତିଗ୍ରସ୍ତଙ୍କ ଦୁଃଖ ନବୁଝିଲେ ଆଗାମୀ ଦିନରେ ଖଣି ଗେଟ୍ ସମ୍ମୁଖରେ ଧାରଣାରେ ଦିଆଯିବ ବୋଲି ରକଠକ୍ କ୍ଷତିଗ୍ରସ୍ତ ମାନେ ଶୁଣାଇଛନ୍ତି।

ଅଭିଯୋଗ ମୁତାବକ, ଖଣି ଖୋଲିବା ପୂର୍ବରୁ ଖଣି କର୍ତ୍ତୃପକ୍ଷ ଜଣ ଶୁଣାଣିରେ ଗ୍ରାମବାସୀଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ଜମିହରାମାନେ ବର୍ତ୍ତମାନ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି। ଚାକିରି କ୍ଷେତ୍ରରେ ମୁର୍ଗାବାସୀଙ୍କୁ ଅଗ୍ରାଧିକାର, ରାସ୍ତା ସୁବିଧା, ପ୍ରାଥମିକ ଚିକିତ୍ସାକେନ୍ଦ୍ର, ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ଗତ ବର୍ଷ ମେ ମାସ ୨୫ ତାରିଖରେ ଲିଖିତ ଭାବେ କାଟାମାଟି ଖଣି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ ଆଜକୁ ୧୦ ମାସ ପୂରିବ ଖଣି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନଥିବାରୁ କ୍ଷତିଗ୍ରସ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏହିସବର ସମାଧାନ କରିବାକୁ କାଟାମାଟି ମାଇନ୍ସ ମଜଦୂର ସଭାର ସାଧାରଣ ସମ୍ପାଦକ ବୀର ନାଏକ ପ୍ରକାଶ କରିଛନ୍ତି। ଏହି ବୈଠକରେ ପୂର୍ବତନ ୱାର୍ଡ଼ସଭ୍ୟ ବିମଲ ମୁଣ୍ଡା, ଗୋମିଆ ମୁଣ୍ଡା, ଚିକୁ ବେଣ୍ଟକାରଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର