କୁଚିଣ୍ଡା: ବିଧାନସଭାରେ କୃଷି ବୀମା ପ୍ରସଙ୍ଗ ଉଠାଇଛନ୍ତି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ। ବୁଧବାର ବିଧାନସଭାରେ ବିଧାୟକ ଶ୍ରୀ ନାଏକ କହିଲେ, କୁଚିଣ୍ଡା ନିର୍ବାଚନମଣ୍ଡଳୀର କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ୍ର ପଞ୍ଚାୟତର ଚାଷୀମାନେ ଗତ ୨୦୨୧ ମସିହା ଖରିଫର କୃଷି ବୀମା ଟଙ୍କା ପାଇନଥିବା କହିଥିଲେ।
ବୀମା ଟଙ୍କା ପ୍ରଦାନ ପାଇଁ ସମ୍ପୃକ୍ତ କମ୍ପାନିକୁ ନିର୍ଦ୍ଦେଶ ଦେବାକୁ ବିଧାୟକ ଶ୍ରୀ ନାଏକ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବରୁ ବିଧାୟକ ସ୍ଥାନୀୟ କୃଷି ସମସ୍ୟା ନେଇ କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/24-9.jpg)