ଯାଜପୁର/ଚଣ୍ଡିଖୋଲ: ଗତକାଲି ଶେଷପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପରେ ଯାଜପୁରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଅନୁମତି ନଥିବା ଗାଡ଼ିରେ ରାତିରେ ଇଭିଏମ୍ ଯାଉଥିଲା ବେଳେ ଧର୍ମଶାଳା ବ୍ଲକ୍ ଶଙ୍କାରିଡିହଠାରେ ଏହି ଗାଡ଼ିକୁ ବଡ଼ଚଣା ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ଓ ତାଙ୍କ ସମର୍ଥକମାନେ ରାତିତମାମ ଜଗିରହିଥିବା ଦେଖିବାକୁ ମିଳିଛି। ବୁଥ୍ରେ ଅନିୟମିତତା, ଇଭିଏମ୍ରେ ଅନିୟମିତତା ଅଭିଯୋଗ ପରେ ଏହି ଘଟଣା ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ହସ୍ତଗତ ସୂଚନା ଅନୁସାରେ, ବଡ଼ଚଣା ନିର୍ବାଚନମଣ୍ଡଳୀର ସାଉଡ଼ିଆ ଓ ବରପଦା ପଞ୍ଚାୟତର ଇଭିଏମ ମେସନ୍ ଉକ୍ତ ଗାଡ଼ିରେ ଯାଉଥିଲା। ଧର୍ମଶାଳାର ଶଙ୍କାରିଡିହଠାରେ ଥିବା ଏକ ଢାବା ନିକଟରେ ଏହି ଗାଡ଼ିକୁ ଠିଆକରି ସମ୍ପୃକ୍ତି କର୍ମଚାରୀ ଖାଉଥିବା ବେଳେ ଧର୍ମଶାଳାର କେତେକ ଲୋକ ଦେଖିଥିଲେ। ଏ ସମ୍ପର୍କରେ ଖବର ପାଇ ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କର ସମର୍ଥକ ସେଠାରେ ପହଞ୍ଚି ଗାଡ଼ିକୁ ଅଟକାଇଥିଲେ। ସଂପୃକ୍ତ ଗାଡ଼ିରେ ଥିବା ବ୍ୟକ୍ତି ଜଣଙ୍କ ନିଜକୁ ସେକ୍ଟର ଅଧିକାରୀ ବୋଲି କହିଥିଲେ ହେଁ ସମ୍ପୂର୍ଣ୍ଣ ଠିକଣା ଦେଇନଥିଲେ। ଆଧାର କାର୍ଡ, ଭୋଟର ପରିଚୟପତ୍ର କିମ୍ବା ଅନ୍ୟ କିଛି ଆଇଡି ମଧ୍ୟ ସେ ଦେଖାଇ ପାରିନଥିଲେ। ଏପରିକି ସମ୍ପୃକ୍ତ ଗାଡ଼ିର ପରମିଟ୍ ଗତ ମାର୍ଚ୍ଚରୁ ରଦ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ଘଟଣାସ୍ଥଳରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଓ ଏସ୍ପି ଭିନୀତ ଅଗ୍ରୱାଲ ପହଞ୍ଚି ଅନୁସନ୍ଧାନ କରିଥିଲେ। ଏହି ଅବ୍ୟବସ୍ଥା ପାଇଁ ଏସ୍ପି ଶ୍ରୀ ଅଗ୍ରୱାଲ ଦୁଃଖ ପ୍ରକାଶ କରିବା ସହିତ ଭୁଲ୍ ହୋଇଥିବା ସ୍ବୀକାର କରିଥିଲେ। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କହିଥିଲେ, ‘ଏହି ଇଭିଏମ୍ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ରେ ଅଲଗା ରଖି ସିଲ୍ କରାଯିବ। ଆପଣଙ୍କ ଆଗରେ ସେ ଷ୍ଟ୍ରଙ୍ଗରୁମ୍ ସିଲ୍ ହେବ।
ଗାଡ଼ିରେ ଥିଲା ବଡ଼ଚଣାର ୪ ଇଭିଏମ୍ ମେସିନ୍
ଅବ୍ୟବସ୍ଥା ପାଇଁ ଭୁଲ ମାଗିଲେ ଜିଲ୍ଲାପାଳ,ଏସ୍ପି
ଅନୁଭବ ମହାନ୍ତିଙ୍କର ଟ୍ବିଟ୍ ଭାଇରାଲ
ସିସିଟିଭି ଆଗରେ କରାଯିବ।’ ଏଇଟା ରିଜର୍ଭ ଗାଡ଼ି, ରିଜର୍ଭ ମେସିନ ବୋଲି ସେ କହିଥିଲେ। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଓ ଏସ୍ପି ଭିନୀତ ଅଗ୍ରୱାଲ ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କୁ ଭୁଲ୍ ମାଗିବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ଘୂରି ବୁଲୁଛି। ତେବେ, ଏଭଳି ଅବ୍ୟବସ୍ଥା ଓ ମେସିନ୍ର ଏପରି ପରିଚାଳନା ନେଇ ପ୍ରାର୍ଥୀ ଶ୍ରୀ ନାୟକ ଘୋର୍ ଅସନ୍ତୋଷ ପ୍ରକାଶ କରିବା ସହିତ ନିର୍ବାଚନ ପରିଚାଳନାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ସାଂସଦ ଅନୁଭବ ମହାନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟ ନିର୍ବାଚନ କମିସନ୍ ସମେତ ଏକାଧିକ ଅଧିକାରୀଙ୍କୁ ଟ୍ବିଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାତିରେ ଏହିଭଳି ଧର୍ମଶାଳା ନିର୍ବାଚନମଣ୍ଡଳୀ ଇଭିଏମ୍ ମେସିନ ଥିବା ଗାଡ଼ି ସିଧାସଳଖ ଷ୍ଟ୍ରଙ୍ଗରୁମ୍ ଏନ୍ସି କଲେଜକୁ ନିଆନଯାଇ ଧର୍ମଶାଳା ବ୍ଲକ୍ ଓ ରସୁଲପୁର ବ୍ଲକ୍ କାର୍ଯ୍ୟାଳୟକୁ ଯିବାକୁ ନେଇ ରାତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଇଭିଏମ୍ ବଦଳାଯାଉଥିବା ସନ୍ଦେହ କରି ସ୍ବାଧୀନପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଠାରେ ପୁଲିସ ଲାଠିଚାର୍ଜ କରିଥିଲା। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଏଭଳି ଦାୟିତ୍ବହୀନ କାମକୁ ସାଧାରଣରେ ନାପସନ୍ଦ କରାଯାଇଛି। ଉଭୟ ଘଟଣା ସନ୍ଦେହର ବାତାବରଣ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/djjgdgjgjgj.jpg)