ପୁରୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ବର୍ଗତ ପ୍ରଧାନଙ୍କ ବଡ଼ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସ୍ବର୍ଗତ ପ୍ରଧାନ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ସହ ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିଥିଲେ। କୃଷି ମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ଥିବା ସମୟରେ ସେ ଓଡ଼ିଶାର ବିକାଶ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଚିର ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ଯୋଗଗୁରୁ ବାବା ରାମଦେବ, ଗୁରୁ ପ୍ରଜ୍ଞାନନ୍ଦଜୀ ମହାରାଜାଙ୍କ ସମେତ ବହୁ ସାଧୁସନ୍ଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କଲେ ଶେଷ ଦର୍ଶନ
ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ସାମିଲ ହେଲେ ବାବା ରାମଦେବଙ୍କ ସମେତ ସାଧୁସନ୍ଥ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ପୂଜ୍ୟପୂଜା ସଂସଦ ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଗୋଲକ ମହାପାତ୍ର, ମାନସ ମହାନ୍ତି, ସାରଦା ଶତପଥୀ, ସୁଦୀପ୍ତ ରାୟ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧୁସୂଦନ ସଂହାରୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ବାଇଁ, ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ ଅଜୟ ଶଙ୍କର ଦୁବେ, ଦୀନେଶ ପ୍ରତାପ, ଦୟା ଶଙ୍କର ସିଂହ, ଦୟା ଶଙ୍କର ମିଶ୍ର, ବିଧାୟକ ଆଶୁ ସିଂହ, ସିକେ ଶାସ୍ତ୍ରୀଙ୍କ ସମେତ ଓଡ଼ିଶା ଓ ଓଡ଼ିଶା ବାହାରୁ ବହୁ ସାଂସଦ, ବିଧାୟକ, ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଡା. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଂଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସଚିବ ଦିଲୀପ କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।