ଜୁଲାଇ ୭ ସୁଦ୍ଧା ସରିବ ସ୍ନାତକ ‌ଶେଷ ସେମିଷ୍ଟର୍‌

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ଚୂଡ଼ାନ୍ତ ସେମିଷ୍ଟର୍‌ ପରୀକ୍ଷା ଫଳ ଜୁଲାଇ ୭ ସୁଦ୍ଧା ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସିପିଇଟି ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ସ୍ନାତକ ଛାତ୍ରଛାତ୍ରୀ ଉକ୍ତ ପରୀକ୍ଷାରେ ଅଂଶଗ୍ରହଣ କରିବା ସହ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ତେଣୁ ତାହାକୁ ନଜରରେ ରଖି ପରୀକ୍ଷା ସମୟ ଓ ଫଳ ପ୍ରକାଶ ତାରିଖ ଧାର୍ଯ୍ୟ କରନ୍ତୁ। ଆବଶ୍ୟକ ହେଲେ ଅତିରିକ୍ତ କ୍ଲାସ୍‌ କରି ପିଲାଙ୍କ ପାଠପଢ଼ା ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ‌କରନ୍ତୁ। ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ନଜରରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକ ଅନ୍ୟାନ୍ୟ ସେମିଷ୍ଟର୍‌/ବ୍ୟାକ୍‌ ପେପର/ବାର୍ଷିକ ପରୀକ୍ଷା କରାଇବାକୁ ବିଶ୍ବବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର