ଲଣ୍ଡ୍ରି ଜାଳିଦେଲା ଦୁର୍ବୃତ୍ତ          

ସମ୍ବଲପୁର: ସଦର ଥାନା ମାରୁତୀ ବିହାରର ସୁକାନ୍ତିଙ୍କ ଘରକୁ ବୁଧବାର ରାତି ଜଣେ ଦୁର୍ବୃତ୍ତ ପଶି ସାଇକେଲ୍‌ ଚୋରି କରୁଥିଲା। ସୁକାନ୍ତି ଉଠିପଡ଼ି ସାଇକେଲ୍‌ ଛଡ଼ାଇ ଆଣିଥିଲେ। ଏହାପରେ ଦୁର୍ବୃତ୍ତ ଜଣକ ତାଙ୍କ ଲଣ୍ଡ୍ରିକୁ ଯାଇ ନିଆଁ ଲଗାଇ ଦେଇଥିଲା।

ପାଖାପାଖି ୨୦ ହଜାର ଟଙ୍କା ମୂଲ୍ୟର ପୋଷାକ ଜଳି ଯାଇଥିବା ସୁକାନ୍ତି ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର