ଆସିକା: ୨୦୧୭ ମସିହା ମେ’ ମାସରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ କଣଭାଗ ଗ୍ରାମରେ ସଞ୍ଜୁ ପରିଡ଼ା ନାମକ ଜଣେ ମହିଳାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ବୁଧବାର ଅଭିଯୁକ୍ତ ସ୍ବାମୀ କାହ୍ନୁ ପରିଡ଼ାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ପାଞ୍ଚହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି।
ଜରିମାନା ଅନାଦେୟ ତିନିମାସ ଜେଲ୍ଦଣ୍ଡ ଭୋଗିକାକୁ ପଡ଼ିବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ସଞ୍ଜୁଙ୍କୁ ହତ୍ୟା ମାମଲା ନେଇ ଶେରଡ଼ ଥାନାରେ କେସ୍ ନମ୍ବର ୩୪/୧୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ସମେତ ୧୫ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଏପିପି ସୁଧାଂଶୁ କୁମାର ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ।