ପୁରୀ : ବଡ଼ଠାକୁର ଶ୍ରୀବଭଳଦ୍ର ଓ ମା’ ସୁଭଦ୍ରାଙ୍କ ପହଣ୍ଡି ‌ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରଥାରୂଢ଼ ମହାବାହୁଙ୍କ ପହଣ୍ଡି ସମୟରେ ସେବାୟତ ବି ଘେରି ରହିଥିଲେ। କିନ୍ତୁ ମହାପ୍ରଭୁ ରଥରୁ ଚାରମାଳ ପାଖକୁ ଆସିଛନ୍ତି କି ନାହିଁ ଅଜାଡ଼ିଥିଲା ବର୍ଷା। ସତେ ଯେପରି ଅଗଣିତ ଭକ୍ତଙ୍କ ଉପରେ କୃପାର ବର୍ଷା ଅଜାଡ଼ିଥିଲେ ମହାବାହୁ। ଏତେଦିନ ପରେ ଭକ୍ତଙ୍କୁ ପାଖରେ ପାଇ ସତେ ଯେପରି ଭାବବିହ୍ବଳ ହୋଇ ପଡ଼ିଥିଲେ ଭାବବିନୋଦିଆ କଳାଠାକୁର।

Advertisment

ରଥ ଉପରୁ ବର୍ଷାରେ ଭିଜି ଭିଜି ପହଣ୍ଡିରେ ଯାଇ ପହଞ୍ଚିବା ଶ୍ରୀଗୁଣ୍ଡିଚା ମନ୍ଦିର ପାକରେ ପହଞ୍ଚିଥିଲେ, ହେଲେ ମନ୍ଦିର ଭିତରକୁ ପ୍ରବେଶ ବେଳକୁ ହଠାତ୍‌ ବର୍ଷା ଛାଡ଼ି ଯାଇଥିଲା। ଉପସ୍ଥିତ ଭକ୍ତ, ସେବାୟତ ଏହାକୁ ମହାପ୍ରଭୁଙ୍କ ଆଶୀର୍ବାଦ କହୁଥି‌ବାବେଳେ ଭକ୍ତ ବି ମହାପ୍ରଭୁଙ୍କ ଏଭଳି ଲୀଳାଖେଳା ଦେଖି ଲୋତକାଶ୍ରୁ ଝରାଇଛନ୍ତି। ମହାପ୍ରଭୁଙ୍କ ଏଭଳି ଅପୂର୍ବ ଲୀଳା ଦେଖି ଭକ୍ତମାନେ ବି ଭାବବିହ୍ବଳ ହୋଇ ଯାଇଥିଲେ। ହରିବୋଲ, ଜୟ ଜଗନ୍ନାଥ ଡାକରେ ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା।