ଆନନ୍ଦପୁର: ଭୁବନେଶ୍ବରକୁ ଯିବାକୁ ପ୍ରେମିକା ରାଜି ନହେବାରୁ ପ୍ରେମିକଙ୍କ ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳିଛି। ରାଗରେ ପ୍ରେମିକ ନିଜର ହାତକୁ କାଟିବା ସହିତ ବିଷ ଖାଇ ଦେଇଛି। ପ୍ରେମିକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ‌କୋରେଇ ଥାନା କଣ୍ଟାଝରି ଗ୍ରାମର ଟୁନା ମଲିକ୍(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟୁନା ସାଇଁକୁଳ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲେ। ଆଜି ଅପରାହ୍ଣରେ ସେ ପ୍ରେମିକକୁ ଭେଟିବା ସହିତ ଭୁବନେଶ୍ବର ଯିବାପାଇଁ ବାଧ୍ୟ କରିଥିଲା।

Advertisment

ଯୁବତୀ ଏଥିରେ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା କୁହାଯାଉଛି। ଏହାପରେ ଟୁନା ରାଗିଯାଇ ଜଳସୁଆଁ ନିକଟରେ କୁଶେଇ ନଦୀକୂଳରେ ନିଜର ବାମହାତାକୁ ବ୍ଲେଡରେ କାଟିବା ସହିତ କନିଅର ମଞ୍ଜି ଖାଇ ଦେଇଛି। ପରେ ଟୁନା ଘସିପୁରା ଥାନା ଟୋଲଙ୍କପଡ଼ା ନିକଟରେ ପଡିଥିବା ଦେଖି ସ୍ଥାନୀୟ ଯୁବକ ଉଦ୍ଧାର କରି ଆନନ୍ଦପୁର ଥାନାକୁ ଆଣିଥିଲେ। ଖବରପାଇ ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।