ଭୁବନେଶ୍ୱର: ଆସନ୍ତା ଶୁକ୍ରବାରଠାରୁ ଅର୍ଥାତ୍ ଜୁଲାଇ ୨୦ ତାରିଖରୁ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଗୁରୁବାର ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଭଦ୍ରକ ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ମତ୍ସଜୀବୀଙ୍କୁ ସମୂଦ୍ର ଭିତରକୁ ନଯିବାକୁ ସତର୍କ ସୂଚନା ଜାରି କରିଛି। ସେହିପରି ମଧ୍ୟପ୍ରଦେଶ ଓ ତାର ପଡୋଶୀ ରାଜ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ରହିଛି।
/sambad/media/post_attachments/wp-content/uploads/2018/07/heavy-rains-640x330-300x155.jpg)
ଏକସପ୍ତାହ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଗତକାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୩୩.୮ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୮.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର ଆଦି ସ୍ଥାନରେ ବର୍ଷା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/rain-11.jpg)