ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା କାର୍ଯ୍ୟାନ୍ତର ହେଲେ ୧୩ ଡିଏଓ

କେବେ ଧରା ପଡିବେ ବଡବଡିଆ

କୋରାପୁଟ: ଦୋଷ କଲା କିଏ ଦଣ୍ଡ ପାଇଲା କିଏ। ଏପରି ଚାଲିଛି କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା। ମଧ୍ୟାହ୍ନ ଭୋଜନ ଦୁନୀତିରେ ଜିଲ୍ଲା ଶିକ୍ଷାଅଧିକାରୀ ୧୩ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କରୁ କାର୍ଯ୍ୟନ୍ତର କରାଯାଇଛି। ଏନେଇ ଆଜି ଉପେନ୍ଦ୍ର କୁମାର ନାୟକ(ସେମିଳିଗୁଡା), ସୁବ୍ରତ କୁମାର ରଥ(ପଟାଙ୍ଗୀ), ଜି.ସି ଜୁଆଡି (ଲକ୍ଷ୍ମୀପୁର), ମନୋଜ କୁମାର ପଟ୍ଟନାୟକ (ଜୟପୁର), ସରୋଜ କୁମାର ତ୍ରିପାଠୀ ( ନନ୍ଦପୁର), ସୁସାନ୍ତ କୁମାର ବେହେରା (କୁନ୍ଦୁରା), ଅନୁ ରଞ୍ଜୁ (ବନ୍ଧୁଗାଁ), ଶୁଭସ୍ମିତା ସାହୁ (ଦଶମନ୍ତପୁର), ସଞ୍ଜୁଲାତା ସାହୁ (ନାରାୟଣପାଟଣା), ସ୍ବାଗତିକା ସାନ୍ତାରା (ବୋରିଗୁମ୍ମା), ଲବନ୍ୟ ରେଖା ମାଝି (କୋରାପୁଟ), ଝରଣା ଦାଶ (ବୈପାରିଗୁଡା) ଓ ଶ୍ରୀକାନ୍ତ ଦାଶ (କୋଟପାଡ)ଙ୍କୁ କାର୍ଯ୍ୟନ୍ତର କରାଯାଇଛି।

ହେଲେ କୋରାପୁଟ ଜିଲ୍ଲାରେ ମୋ ପୋଷଣା ଯୋଜାନରେ ଏହିମାନଙ୍କୁ ନିୟୋଜିତ କରାଯାଇଥିଲା। କୋରାପୁଟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡକୁ ଆସିଯାଇଛି ଗଣଶିକ୍ଷା ବିଭାଗ ।  ଏହି ଦୁଇ ଜିଲ୍ଲାର ସବୁ ଡ଼ିଟିପି ଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସରକାର ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରେ ୧୩ ଜଣ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଇଥିଲେ ।

ଗତ କିଛିଦିନ ପୂର୍ବେ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣ ରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଗତକାଲି ପିଏମ୍ ପୋଷଣ ଯୋଜନା ରେ ସଂପୃକ୍ତ ଥିବା ଗଣ ଶିକ୍ଷା ବିଭାଗର ସିଆରସିସି ଙ୍କୁ ପରିବର୍ତ୍ତନ କରିବା ସହ  ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ କୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗରେ  ବହିଷ୍କାର କରିବା ପାଇଁ ପିଏମ୍ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ସମ୍ବିତ କୁମାର ନାୟକ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ପ୍ରେରଣ କରିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି ।

ତେବେ ଡାଟା ଏଣ୍ଟ୍ରି ଅପରେଟର ପିଏମ୍ ପୋଷଣ ଯୋଜନା ର ପାଉଥିବା  ତଥ୍ୟକୁ ଉପରିସ୍ଥ ଅଫିସର ଙ୍କ ପାଖକୁ ପଠାଇବାର ଦାୟିତ୍ଵ ଦିଆଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ଯୋଗାଣ କୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗ ସମ୍ପୂର୍ଣ ନିରାଧାର ବୋଲି ଡାଟା ଏଣ୍ଟ୍ରି ଅପରେଟର ମାନେ ଆଜି କୋରାପୁଟ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ ଦେଇଥିଲେ । ସେମାନଙ୍କୁ ଅଯଥାରେ ସେମାନଙ୍କ ଦାୟିତ୍ୱରେ ନଥିବା ଏକ କାର୍ଯ୍ୟରେ ବିଫଳତା ପାଇଁ ସେମାନଙ୍କୁ ଅଭିଯୁକ୍ତ କରିବା ଓ ନିଲମ୍ବନ କରିବା ପାଇଁ ଆଦେଶ ଦେବା ନିୟମ ବିରୁଦ୍ଧ ଏବଂ ଏହି ଆଦେଶକୁ ପ୍ରତ୍ୟାହାର ନ କଲେ ସେମାନେ ସାମୁହିକ ଭାବେ ଆତ୍ମାହୁତି ଦେବେ ବୋଲି ସେମାନେ ଜଣାଇଛନ୍ତି।ତେବେ କୋରାପୁଟରେ ୧୪ଟି ବ୍ଲକରେ ପରିଚାଳନା କରିବାକୁ ଦୁଇଟି ସଂସ୍ଥା ନେଇଥିବା ଜଣାପଡିଛି। ଏହି ସଂସ୍ଥା ଦୁଇଟି କୋରାପୁଟ ଓ ଜୟପୁରରେ ପରିଚାଳନା କରିଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ଏହି ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର