ବାରବଖରା ଜଳ ପ୍ରପାତରେ ଭାସି ଜଣେ ମୃତ

ବରଗଡ଼: ବରଗଡ଼ ଦେଓଗାଁ ନିବାସୀ ଭାଗିରଥି ପାଣ୍ଡେ ତାଙ୍କ ଶ୍ବଶୁର ଘର ଭଟଲି ବ୍ଳକ କେଲେଣ୍ଡାପାଲିର କିଛି ଯୁବକଙ୍କ ସହ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବାରବଖରାକୁ ବଣଭୋଜି ପାଇଁ ଯାଇଥିଲେ। ସମସ୍ତେ ଜଳପ୍ରପାତରେ ଗାଧୋଉଥିଲେ। ହଠାତ୍ ତାଙ୍କ ଗୋଡ଼ ପଥର ଚଟାଣରେ ଖସି ପଡ଼ିଥିଲା।

ପ୍ରଖର ପାଣି ଧାରରେ ସେ ଭାସି ଯାଇଥିଲେ। ସାଙ୍ଗସାଥୀ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିନଥିଲା। ଏ ନେଇ ଅମ୍ବାଭୋନା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ମଂଗଳବାର ତାଙ୍କ ଶବ ବା ବଖରା ନିକଟରେ ପାଣିରେ ଭାସୁଥିବା ଅବସ୍ଥାରେ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର