ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ପରିସରରେ ସୋମବାର ଧାନ କ୍ରୟ ବିକ୍ରୟ ପାଇଁ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା ପରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ସାନ ନୂଆଁପାଲି ଗ୍ରାମର ଚାଷୀ ସୁଲତା ଦଣ୍ଡସେନା ପ୍ରଥମ ଭାବେ ମଣ୍ଡିକୁ ୬୬ ପାକେଟ ଅର୍ଥାତ ୩୧.୪୨ କ୍ବିଣ୍ଟାଲ ଧାନ ଆଣି ଡୁଙ୍ଗୁରିପାଲି ପ୍ୟାକ୍ସକୁ ବିକ୍ରି କରିଥିଲେ।

Advertisment

ଉକ୍ତ ଧାନକୁ କଷ୍ଟମ ମିଲିଂ ପାଇଁ ଉମା ଶଙ୍କର ରାଇସ ମିଲ ନେଇଥିବା ପ୍ରକାଶ। ମଣ୍ଡି ଉଦ୍‌ଘାଟନ ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ସିଏସ୍‌ଓ ସଦର ତ୍ରିନାଥ ଭୋଇ, ଏଆର୍‌ସିଏସ୍‌ ଲଳିତ ମାଝୀ, ପ୍ୟାକ୍ସ ପ୍ରଶାସକ ଅକ୍ଷୟ ମେହେର, ବ୍ଲକ୍‌ ଉପାଧ୍ୟକ୍ଷ ବେଲାର ସାହୁ, ପ୍ୟାକ୍ସ ସଂପାଦକ ରବିନ୍ଦ୍ର ଚନ୍ଦ୍ର ବିଶ୍ବାଳ, ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ରାଇସମିଲ ଜିଲ୍ଲା ସଭାପତି ମନୋଜ ପଧାନ, ସହଲା ପ୍ୟାକ୍ସ ସଂପାଦକ ନିମାଁଇ ଚରଣ ପଣ୍ଡା ଓ ଦିଗସିରା ପ୍ୟାକ୍ସ ସଂପାଦକ ସୂର୍ଯ୍ୟ ହୋତାଙ୍କ ସହ ଆର୍‌ଏମ୍‌ସି କର୍ମଚାରୀ ଉପସ୍ଥିତ ଥିଲେ।