ଟେଷ୍ଟିଙ୍ଗ ଲ୍ୟାବ ସ୍ଥାପନ ପାଇଁ ଭୁବନେଶ୍ୱରକୁ ଉଡାଣ ଭରିଲେ ଆଇସିଏମଆରର ୧୯ଜଣିଆ ଟିମ୍

ଭୁବନେଶ୍ୱର: ଭାରତ ସହ ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ସ୍ୱାବ ନମୁନା ଟେଷ୍ଟିଙ୍ଗ ସଂଖ୍ୟା ବଢାଇବା ପାଇଁ ଆଇସିଏମଆରର ସହାୟତା ଲୋଡ଼ିଥିଲେ ଓଡିଶା ସରକାର | ବର୍ତ୍ତମାନ ଓଡ଼ିଶାରେ ଟେଷ୍ଟିଙ୍ଗ ପାଇଁ ମେଡିକାଲ ଲ୍ୟାବ ସ୍ଥାପନ କରିବାକୁ ଆଇସିଏମଆରର ଏକ ଟିମ ଭୁବନେଶ୍ୱରକୁ ଉଡାଣ ଭରିଛନ୍ତି | ମେଡିକାଲ ଲ୍ୟାବ ଏବଂ ଟେଷ୍ଟିଙ୍ଗ ସୁବିଧା ସ୍ଥାପନ ପାଇଁ ଆଇଏଏଫର ୦୨ ଏଏନ-୩୨ ପରିବହନ ବିମାନରେ ୧୯ଜଣ ଆଇସିଏମଆର କର୍ମଚାରୀ ଏବଂ ୩୫୦୦କିଲୋଗ୍ରାମ ମେଡିକାଲ ଉପକରଣକୁ ତାମିଲନାଡୁର ତାମ୍ବରାମରୁ ଭୁବନେଶ୍ୱରକୁ ପଠା ଯାଇଥିବା ଜଣା ପଡିଛି | ଏ ନେଇ ଟୁଇଟ କରି ସୂଚନା ଦେଇଛି ଭାରତୀୟ ବାୟୁସେନା

ଓଡିଶାରେ ଆଇସିଏମଆର ପରୀକ୍ଷା ଲାବୋରେଟୋରୀକୁ ସୁଗମ କରିବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି କରାଯାଇଛି | ନୋଟିସ ପାଇବା ପରେ କମ ସମୟ ମଧ୍ୟରେ ଆଇସିଏମଆର କର୍ମଚାରୀ ଏବଂ ୩୫୦୦କିଲୋଗ୍ରାମ ମେଡିକାଲ ଉପକରଣକୁ ବିତରଣ କରାଯାଇଥିଲା | ବିମାନଟି ଉଡାଣ ଭରିବା ପୂର୍ବରୁ ସମସ୍ତ ମେଡିକାଲ ଉପକରଣ ଏବଂ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରାଯାଇଥିଲା ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର