ଦେଓଗାଁ: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନର ଅନ୍ତର୍ଗତ ଦେଓଗାଁ ବ୍ଳକ ର ବନ୍ଧପଡା କେନ୍ଦୁପତ୍ର ରେଞ୍ଜର ନିଜ ଅଫିସର ତଳିଆ କର୍ମଚାରୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ଅଭିଯୋଗ ଆଣିଛନ୍ତି ରେଞ୍ଜ କାର୍ଯ୍ୟାଳୟ ର ରାତ୍ରଯୁଗୁଆଳି। ରାତ୍ର ଜୁଗୁଆଳି କୁ ଅସଭ୍ୟଭିଭାଷାରେ ଗାଳି ଗୁଳଜ କରି ମାଡ ମରୁଥିବାରୁ ଶୁକ୍ରବାର ଦିନ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରୁଛନ୍ତି ରାତ୍ରଯୁଗୁଆଳି। ଏହି ଅଭିଯୋଗ କୁ ନେଇ ପୁଲିସ ପ୍ରାଥମିକ ତଦନ୍ତ କରି ବନ୍ଧପଡା ରେଞ୍ଜର ଙ୍କୁ ଥାନା କୁ ଡାକି ପଚରାଉଚରା କରୁଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ କେନ୍ଦୁପତ୍ର ବିଭାଗ ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଦେଓଗାଁ ଥାନାରେ ଶୁକ୍ରବାର ପ୍ରାୟ ୧୧ଟା ସମୟରେ ଅଭିଯୋଗ ହୋଇଛି ଯେ, ଦେଓଗାଁ ଥାନା ଅନ୍ତର୍ଗତ ଭୁତଆରବାହାଲ ନିକଟରେ ଥିବା ବନ୍ଧପଡ଼ା କେନ୍ଦୁପତ୍ର ରେଞ୍ଜର ରେଞ୍ଜର ବାଳ୍ମିକି ଗହିର ଗୁରୁବାର ସକାଳ ୯ଟା ୧୫ମିନିଟ ସମୟରେ କାର୍ଯ୍ୟାଳୟକୁ ଆସିଥିବା ରାତ୍ର ଜଗୁଆଲି ବ୍ରଜରାଜ ବାଗ(୩୩)କୁ ଅତି ଅଭଦ୍ର ଭାଷାରେ ଗାଲି ଗୁଲଜ କରିଥିଲେ। କିଛି ସମୟ ପରେ ଏସିଏଫ ଆସିବାରୁ ଚୁପ ରହିଥିଲେ। ଗାଲି ଗୁଲଜ କରିବା ବିଷୟରେ ଏସିଏଫ ଜାଣିବା ପରେ ଅପରାହ୍ନରେ ପ୍ରାୟ ୪ଟା ସମୟରେ ରାତ୍ର ଜଗୁଆଲିକୁ ଡାକି ବୁଝାଇଥିଲେ। ହେଲେ ଏସିଏଫ ରେଞ୍ଜ ଅଫିସରୁ ଚାଲି ଯିବା ପରେ ପୁଣି ଥରେ ରେଞ୍ଜର ଶ୍ରୀ ଗହିର ରାତ୍ର ଜଗୁଆଲିକୁ ଡାକି ପିନ୍ଧିଥିବା ବୁଟରେ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ।
ଏହି ବିଷୟରେ ଜାଣିବା ପରେ ଅନ୍ୟତ୍ତମ ଫରେଷ୍ଟର ହେମସାଗର ସାହୁ ଆସି ରାତ୍ର ଜଗୁଆଲିକୁ ଉଦ୍ଦାର କରିଥିବା ବିଷୟରେ ଦେଓଗାଁ ଥାନାରେ ଲିଖତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୁଲିସ ଅଭିଯୋଗ ପାଇବା ପରେ ରାତ୍ର ଜୁଗୁଆଳି ଙ୍କୁ ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ସ୍ୱାସ୍ଥ୍ୟ ଯାଞ୍ଚ କରିଛି। ଏହି ସମ୍ପର୍କରେ ଦାୟିତ୍ବରେ ଥିବା ରେଞ୍ଜର ଶ୍ରୀ ଗହିରଙ୍କୁ ପଚାରିବାରୁ ରାତ୍ର ଜଗୁଆଲି ଠିକ ଭାବେ ଆସି କାମ କରୁ ନାହିଁ। ଏହାକୁ ନେଇ ଟିକିଏ କର୍କଶ ଭାଷାରେ କହିବାରୁ ମିଥ୍ୟା ଅଭିଯୋଗ କରିଛି ବୋଲି କହିଛନ୍ତି।
ଅନ୍ୟ ପକ୍ଷରେ ରାତ୍ରଯୁଗୁଆଳି କୁ ରେଞ୍ଜର ହଇରାଣ କରି ଏ କୁକୁର କୋଉଠି ଅଛୁ କାହାକୁ କହି ଯାଇଛୁ ତୋର ପରିବାର କୁ ଆଣି ବନ୍ଧପଡା ରେ ରହ ତୋର ବିଲ କରିବି ନାହିଁ ଡିଏଫଓ ଙ୍କୁ ଦେଖା କର ବୋଲି ଗାଳିଗୁଲଜ କରିଥିବା ର ଏକ ଅଡ଼ିଓ କ୍ଲିପ ମଧ୍ୟ ସମାଜ ର ହସ୍ତଗତ ହୋଇଛି। ଫଳରେ ରେଞ୍ଜର ଙ୍କ କାର୍ଯ୍ୟକଳାପ କୁ ନେଇ ସନ୍ଧେହ ଦେଖାଦେଇଛି। ଏହି ଅଭିଯୋଗ କୁ ନେଇ ଦେଓଗାଁ ଆଇଆଇସି ତାରାବତୀ ପ୍ରଧାନ ଙ୍କୁ ପଚାରିବାରୁ ଲିଖିତ ଅଭିଯୋଗ ଆସିଛି ଏହାକୁ ନେଇ ତଦନ୍ତ ଚାଲିଛି ରେଞ୍ଜର ଙ୍କୁ ଡାକି ପଚରାଉଚରା କରୁଛି ବୋଲି କହିଛନ୍ତି। ଏଣୁ ଏହାରି ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି।