ଟିଟିଲାଗଡ଼ : ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସହରରେ ଗୁରୁବାର ତାପମାତ୍ରା ୪୨ଡିଗ୍ରି ଟପିଛି। ଗତ ମଙ୍ଗଳବାରଠାରୁ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଗୁରୁବାର ପାରଦ ୪୨.୦୨ ଡିଗ୍ରିରେ ପହଞ୍ଚିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଦିନ ୧୧ଟାରୁ ସନ୍ଧ୍ୟା ଯାଏଁ ସହରରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଗରମ ଯୋଗୁଁ ଅତି ଆବଶ୍ୟକ ନଥିଲେ ଲୋକେ ପଦାକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Advertisment

ଅନ୍ୟପକ୍ଷରେ ସହରରେ ଘନ ଘନ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।