ଇନଡୋର ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ମାଲକାନଗିରି:  ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ଇଲେକ୍ଟ୍ରୋନିକ୍ସ,  ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାର ଦୁଇଟି ୫-ଟି ସ୍କୁଲ ପରିଦର୍ଶନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ଭର୍ଚୁଆଲ ଯୋଗେ ଉଦଘାଟିତ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ।

ଏହି ପରିପ୍ରେକ୍ଷୀରେ  ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍କୁଲର ସୁନ୍ଦର ପରିବେଶ ଏବଂ ଉନ୍ନତ ଶୈକ୍ଷିକ ବାତାବରଣକୁ ବେଶ ପ୍ରଶଂସା କରିଥିଲେ। ମାଲକାନଗିରି ଅଞ୍ଚଳର ପିଲାମାନଙ୍କୁ ମାଗଣାରେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ଶିକ୍ଷକ ଶିକ୍ଷୟିତ୍ରୀଙ୍କ  ନିଷ୍ଠାପର ଉଦ୍ୟମ ଏବଂ ଏହି ୫-ଟି ସ୍କୁଲ ନିର୍ମାଣ ଫଳରେ ସଫଳ ହୋଇପାରିବ ବୋଲି କହିଥିଲେ। ଆଗାମୀ ଦିନରେ ଉନ୍ନତ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା,  ସୁଦୃଢ କ୍ରୀଡ଼ା ଭିତ୍ତିଭୂମି ଓ  ସାମଗ୍ରିକ ବିକାଶ ସହ ମାଲକାନଗିରି ଜିଲ୍ଲା ପ୍ରଗତି ଶୀର୍ଷରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା  ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର