ଝାରସୁଗୁଡା: ବ୍ରଜରାଜନଗରଠାରେ ମନ୍ତ୍ରୀ ନବ ଦାସ ଯେଉଁ ସଭାରେ ଯୋଗ ଦେବାର ଥିଲା, ସେହି ସଭାରେ ମଞ୍ଚ ସବୁଦିନ ପାଇଁ ଖାଲି ହୋଇ ରହିଲା। ମଞ୍ଚରେ କେବଳ ତାଙ୍କ ଫଟୋ ରହିଥିବା ବେଳେ ମଞ୍ଚ ପାଖକୁ ମଧ୍ୟ ନିୟତି ନେଇପାରିଲା ନାହିଁ। ସବୁଦିନ ପାଇଁ ତାଙ୍କୁ ଆରପାରିକୁ ନେଇଗଲା। ବ୍ରଜରାଜନଗର ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅଭିଯୋଗ ଶୁଣାଣି ପାଇଁ ଏକ ପ୍ରକୋଷ୍ଠ ଉଦ୍ଘାଟନ ଉପଲକ୍ଷେ ଏହି ସଭାର ଆୟୋଜନ କରାଯାଇଥିଲା। ଏହି ଅଭିଯୋଗ ପ୍ରକୋଷ୍ଠ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଶନିବାର ବିଜେଡିର କିଛି କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଥିଲେ।
୩ ମିନିଟ୍ରେ ସବୁକିଛି ଓଲଟ ପାଲଟ
ଆଉ ମାତ୍ର ୩ ମିନିଟ୍ ପରେ ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟର ଫିତା କାଟି ଉଦ୍ଘାଟନ କରିଥା’ନ୍ତେ। ଏହାପରେ ସେ ସମ୍ମୁଖ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ କାର୍ଯ୍ୟାଳୟ ଦ୍ୱାରା କ’ଣ ସୁବିଧା ହେବ ବୋଲି କହିଥା’ନ୍ତେ। ସେଥିପାଇଁ ମହିଳା କାଉନସିଲର ଓ ଅନ୍ୟମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ। କିନ୍ତୁ, ଏହାରି ଭିତରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଗୁଳିକାଣ୍ଡ ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ସଭା ମଞ୍ଚ ନିକଟରେ ଉପସ୍ଥିତ ଥିବା ମହିଳା ତଥା ଆମନ୍ତ୍ରିତ ଅତିଥିମାନଙ୍କ ଭିତରେ ଦୁଃଖର ବାତାବରଣ ଖେଳି ଯାଇଥିଲା। ଫଳରେ, ସଭାସ୍ଥଳରୁ ସେମାନେ ବାହାରି ଯାଇଥିଲେ। ମନ୍ତ୍ରୀଙ୍କ ଫିତା କଟା ଅଧୁରା ରହିଯାଇଥିବା ବେଳେ ସଭା ମଧ୍ୟ ହୋଇ ପାରିନଥିଲା।
/sambad/media/post_attachments/wp-content/uploads/2023/01/jha-750x430.jpg)
ବେହେରାମାଲ ଛକରେ ଉତ୍ତେଜନା
ମନ୍ତ୍ରୀ ନବ ଦାସଙ୍କ ପରଲୋକ ଖବର ପରେ ଝାରସୁଗୁଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଦୋକାନବଜାର ସନ୍ଧ୍ୟାରୁ ବନ୍ଦ ରହିଛି। ରାତ୍ର ସାଢ଼େ ୯ଟାରେ ନବଙ୍କ ବହୁ ସମର୍ଥକ ବେହେରାମାଲ ଛକରେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/jha-e.jpg)