ଶିକ୍ଷକଙ୍କ ଅନୁପସ୍ଥିତି ଓ ମଧ୍ୟାହ୍ନ ଭୋଜନ ନେଇ ମନ୍ତ୍ରୀ ବିଗିଡିଲେ

ମନ୍ତ୍ରୀଙ୍କ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରପୁଟ: ଦିନିକିଆ କୋରାପୁଟ ଗସ୍ତରେ ରହିଛନ୍ତି ଏସସିଏସଟି ବିକାଶ, ସଂଖ୍ୟଲଘୁ ଏବଂ ପଛୁଆବର୍ଗ ମଙ୍ଗଳ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଆଜି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସୁବାଇ ବାଳିକା ଉଚ୍ଚବିଦ୍ୟାଳୟରେ ମନ୍ତ୍ରୀ ଶ୍ରୀ ସାରକା ଓ ପଟାଙ୍ଗୀ ବିଧାୟକ ପିତମ ପାଢୀ  ଅଚାନକ ପହଞ୍ଚିଥିଲେ। ଶ୍ରେଣୀଗୃହକୁ ଯାଇ ତନାଘନା କରିବା ସହ ପିଲାଙ୍କୁ ପାଠ ପଢାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମ ଠାରୁ ଆରମ୍ଭ କରି ନିଜ କେଉଁ ବିଭାଗର ମନ୍ତ୍ରୀ ବୋଲି ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ। ପିଲାମାନେ କହି ନ ପାରିବାରୁ ଅସନ୍ତ‌ୋଷ ପ୍ରକାଶ କରିଥିଲେ।

ଖାଲି ଟାରେ ତୁମେମାନେ ଡରୁଛ, ଭୟ ନ କରି ଜାଣିଥିବା ପ୍ରଶ୍ନର ଉତ୍ତର କାହିଁକି ଦେଉନ ବୋଲି ପିଲାମାନଙ୍କୁ କହିଥିଲେ। ନ ଡରି ପାଠ ଉପରେ ମନ ଦିନ, ଭଲ ପାଠ ପଢି ବଡ ମଣିଷ ହୁଅ, ବାପାମାଙ୍କନାମ ରଖ। ସ୍କୁଲରେ ୫ ଟି ମାଧ୍ୟମରେ ଚକାଚକ୍‌ ହୋଇଛି, ଟେବୁଲ, ଚେୟାର, ସ୍ମାର୍ଟ କ୍ଲାସ ଓ ସ୍କାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନ କରାଯାଉଛି, ଏହାର ସଦଉପଯୋଗ କର ବୋଲି ସେ କହିଥିଲେ। ହେଲେ ଶିକ୍ଷକଙ୍କ ଅନୁପସ୍ଥିତି ଓ ମଧ୍ୟାହ୍ନ ଭୋଜନ ଉପରେ ଅସନ୍ତୋଷ ଝାଡିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିଜ ପିଲାଭଳି ବ୍ୟବହାର କରୁଛନ୍ତି କି ନାହିଁ ମଧ୍ୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଏଥିରେ ଛାତ୍ରଛାତ୍ରୀମାନେ ସ୍ପଷ୍ଟ ଉତ୍ତର ଦେଇଥିଲେ। ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଗୋଟିଏ କ୍ଲାସରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି, ହେଲେ ଶ୍ରେଣୀଗୃହର ଘୋର ଅଭାବ। ଗୋଟିଏ ଗୋଟିଏ ଶ୍ରେଣୀରେ ଶତାଧିକ ପିଲାମାନେ ବସି ପଢୁଛନ୍ତି। ଖାଲି ସେତିକି ନୁହେଁ ଶ୍ରେଣୀ ଗୃହ ସହ ଶିକ୍ଷକଙ୍କ ଘୋର ଅଭାବ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ଏବେ କିଛି ଶିକ୍ଷକ ଯୋଗ ଦେଇଥିବାବେଳେ କିଛି ଶିକ୍ଷକ ଯୋଗ ଦେବାକୁ ରହିଛି। ଆଜି କ୍ଲାସରେ କିଛି ଶିକ୍ଷକ ନ ଥିବା ସେ ସ୍ବିକାର କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ସାରକା‌ ତୁରନ୍ତ ଏହି ଶିକ୍ଷକଙ୍କୁ ଡାକିବାକୁ କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ସର୍କିଟ ହାଉସରେ ସ୍ଥାନୀୟ ଆଇନଜୀବୀ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବିଭନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର