କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଟୁରାଚୁଆଁ ପଞ୍ଚାୟତ କିରାଶାସନ ଗ୍ରାମରେ ଝାଡ଼ାବାନ୍ତି ସହ ଭାଇରାଲ ଜ୍ବର ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ଅର୍ଜୁନ ମାଝୀଙ୍କ ୯ ବର୍ଷର ପୁଅ ଶକ୍ତି ମାଝୀର ଶନିବାର କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଗାଁ’ରେ ଆହୁରି ୯, ୧୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକ ଜ୍ବରରେ ମଧ୍ୟ ଆକ୍ରାନ୍ତ ଅଛନ୍ତି। ପ୍ରଶାସନ ଓ ମେଡିକାଲ ଟିମ୍ ଗ୍ରାମବାସୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)