ସମ୍ବଲପୁର : ଅଇଁଠାପାଲି ଥାନା ଅଞ୍ଚଳର ଜଣେ ନାବାଳିକା(୧୫) ଗୁରୁବାର ନିଖୋଜ ହୋଇଯାଇଛନ୍ତି। ନାବାଳିକା ଜଣକ ଗୁରୁବାର ସକାଳେ ସ୍କୁଲ୍ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ। ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନ ପାଇବାରୁ ଗୁରୁବାର ନାବାଳିକାଙ୍କ ପରିବାର ଲୋକେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍କୁଲ ଆସିଥିବା ନାବାଳିକା ନିଖୋଜ
/sambad/media/post_attachments/wp-content/uploads/2022/03/missing-aa.jpg)