ଝାରସୁଗୁଡ଼ାରେ ଲଜ୍ଜା: ଗର୍ଭବତୀ ହେଲେ ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ନାବାଳିକା

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଲଜ୍ଜା। ଜଣେ ନାବାଳିକା (୧୪)ଙ୍କୁ ତାଙ୍କ ବଡ଼ଭାଇ ବାରମ୍ବାର ଦୁଷ୍କର୍ମ କରିଥିବା ଓ ସେ ଏବେ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଛି। ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯିବା ସହ ନାବାଳିକାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି।

ସୂଚନା ଅନୁସାରେ, ଲଖନପୁର ଅଞ୍ଚଳର ଏହି ନାବାଳିକା ଯୌଥ ପରିବାରରେ ରୁହନ୍ତି। ପ୍ରାୟ ୫ ମାସ ତଳେ ଦିନେ ସେ ଶୋଇଥିବା ଅବସ୍ଥାରେ ତାଙ୍କ ଭାଇ(ବଡ଼ବାପା ପୁଅ ) ତାଙ୍କ ପାଟି ଚିପି ଅନ୍ୟ ଏକ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାକୁ କିଛି ଜଣାଇଲେ ଜୀବନରୁ ହତ୍ୟା କରିଦେବାକୁ ଧମକ ବି ଦେଇଥିଲା। ଏହାପରଠାରୁ ନାବାଳିକାଙ୍କ ବାପା-ମା’ କାମକୁ ଯାଇଥିବା ବେଳେ ନାବାଳିକାଙ୍କୁ ଏକୁଟିଆ ପାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା। ୨ ଦିନ ତଳେ ନାବାଳିକା ଗର୍ଭବତୀ ବୋଲି ତାଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ଏହାପରେ ତମାମ୍‌ ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର