ରାଜ୍ୟରେ ମୌସୁମୀ ଦୁର୍ବଳ, କାଁ ଭାଁ ବର୍ଷା

ଭୁବନେଶ୍ବର : ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ବିହାର, ପଶ୍ଚିମବଙ୍ଗର ଉତ୍ତର ଭାଗ ଆଦି ଅତିକ୍ରମ କରି ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ବଙ୍ଗୋପସାଗରର ଉପରି ଭାଗରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। କିନ୍ତୁ ବର୍ଷାର ପରିମାଣ ଖୁବ୍‌ କମ୍‌ ରହିବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଏହି ତିନି ଦିନ ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ। କିଛି କିଛି ସ୍ଥାନରେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି।

ଗତ ଜୁନ୍‌ ୧ ତାରିଖରୁ ରାଜ୍ୟରେ ୪୬୯.୮ ମିମି ବର୍ଷା ହୋଇସାଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୨୫.୯ମିମି ବର୍ଷା ହୋଇଥାଏ। ଅର୍ଥାତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସେହିପରି ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର