ଜଗମୋହନପୁର: ତେଲକୋଇ ବ୍ଲକ୍ ଜଗମୋହନପୁର ପଞ୍ଚାୟତ ସିଙ୍କୁଳାବାହାଳ ଗ୍ରାମରେ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ମାସେ ଗାଁ ଅନ୍ଧାରରେ ରହିଛି। ବିଦ୍ୟୁତ୍ ନଥିବାରୁ ଲୋକେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି। ନୂଆ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ୍ ସଂଯୋଗ ଦେବା ଦାବିରେ ଆଜିର ଗ୍ରାମର ମହିଳାମାନେ ଜଗମୋହନପୁର ଗ୍ରିଡ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମେ ୬ ତାରିଖରେ ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଗ୍ରାମବାସୀ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ପୋଡ଼ା ଟ୍ରାନ୍ସଫର୍ମର ଖୋଲି ନେଇଯିବା ସହ ନୂଆ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଜୁନ୍ ୪ ତାରିଖରେ ନୂଆ ଟ୍ରାନ୍ସଫର୍ମର ଆସିଥିଲେ ମଧ୍ୟ ଏଯାଏ ତାହାକୁ ଲଗାଯାଇନି। ଏନେଇ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସିଙ୍କୁଳାବାହାଳ ଗ୍ରାମର ମହିଳାମାନେ ପୂର୍ବାହ୍ନ ୧୦ଟାବେଳେ ଜଗମୋହନପୁର ଗ୍ରିଡ୍ ଆଗରେ ବିକ୍ଷୋଭ କରିଥିଲେ।
ଖବର ପାଇ ଜିଲ୍ଲାପରିଷଦ ସଦସ୍ୟା ଛଇଳବାଳା ନାୟକ, ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପଧାନ, ସମିତସଭ୍ୟ ଶତ୍ରୁଘ୍ନ ନାୟକ ପ୍ରମୁଖ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପରିଷଦ ସଦସ୍ୟା ଏନେଇ ଜିଲ୍ଲାପାଳଙ୍କୁ ଫୋନ୍ କରି ଜଣାଇଥିଲେ। କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଆସନ୍ତାଲି ଟ୍ରାନ୍ସଫର୍ମର ଲଗାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବିକ୍ଷୋଭରେ କୁମାରୀ ସାହୁ, ମନ୍ଦାକିନୀ ସାହୁ, ଫୁଲମଣି ନାୟକ, ଅନିତା ନାୟକ, ମଇନା ନାୟକ, ଛାୟା ନାୟକ, ଅଞ୍ଜନା ନାୟକ, ସୁଲୋଚନା ନାୟକ, ବନିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/16-10.jpg)