ବ୍ରହ୍ମପୁର : ବିସ୍କୁଟ୍ କିଣିବା ପାଇଁ ସାବତ ମା’କୁ ୫ଟଙ୍କା ମାଗିବା ଜଣେ ୮-୯ବର୍ଷର ନାବାଳିକାକୁ ଭାରି ପଡ଼ିଲା। ରୋଷେଇ କରୁଥିବା ସାବତ ମା ଗରମ ପିଠି ପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍ଗି ଦେଲା। ଏହାପରେ ସାବତ ଝିଅକୁ ଚିକିତ୍ସା କରିବା ପାଇଁ ମଧ୍ୟ ଉଚିତ୍ ମଣିଲାଣି।
ଦୁଇ ଦିନ ପରେ ଆଜି ଚେଙ୍କ ଘାଆରେ ପାଉଡର ଲଗାଇ ଟ୍ୟୁସନ୍ ଛାଡ଼ିଥିଲା। ସେଠାରେ ଟ୍ୟୁସନ୍ ସାର୍ ପଚାରିବାରୁ ଝିଅଟି ସବୁକଥା କହିଥିଲା। ଗତ ଶୁକ୍ରବାର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ଏହି ଘଟଣା ଘଟିଥିଲା। ଖବର ପାଇ ବଡ଼ବଜାର ଥାନା ପୁଲିସ ସେଠାରେ ପହଁଚିଥିଲା। ଝିଅକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତ ସାବତ ମା’ ଜାନକୀ ମହାରଣାକୁ ଥାନାକୁ ଆଣି ଅଟକ ରଖାଯାଇଛି।