ବାହାନଗା/ଗୋପାଳପୁର: ସମ୍ବାଦ ବାଲେଶ୍ବର ସଂସ୍କରଣର କର୍ମଚାରୀ ତଥା ବାହାନଗା ବ୍ଲକ ଗୋପାଳପୁରର ବିଜୟ କୁମାର ଦାଶଙ୍କ ମାଆ ଶକୁନ୍ତଳା ଦାଶ(୮୯)ଙ୍କର ଆଜି ଅପରାହ୍ନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।
ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ବନ୍ଧୁପ୍ରିୟ ମହିଳା ଭାବେ ଗ୍ରାମରେ ତାଙ୍କୁ ସମସ୍ତେ ଜାଣିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ ଅଜୟ, ବିଜୟ, ପୁତୁରା ମଧୁସୂଦନ, ବୋହୂ, ନାତିନାତୁଣୀ, ବନ୍ଧୁପରିଜନ ଉପସ୍ଥିତ ଥିଲେ। ସାନ ପୁଅ ଚଗୁଲୁ ମୁଖାଗ୍ନି ଦେଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/31-12.jpg)