ବିଧାୟକ ବିଜୟ ଶଙ୍କରଙ୍କୁ ଗିରଫ ନ କଲେ ଆନ୍ଦୋଳନ: ବିଜେପି

ଜଗତସିଂହପୁର ଟାଉନ୍ : ପ୍ରେମିକା ସୋମାଲିକା ଦାଶଙ୍କ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଦୁଇ ଦିନ ଭିତରେ ଗିରଫ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି ବିଜେପି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ କହିଛନ୍ତି, ପୂର୍ବରୁ ସୋମାଲିକା ସମାନ ଅଭିଯୋଗ ଆଣିଥିଲେ। କିନ୍ତୁ ସେତେବେଳେ ପୁଲିସ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ନ ଥିଲା। ଦୁଷ୍କର୍ମ, ଗର୍ଭପାତ, ହତ୍ୟା ଧମକ ଭଳି ସଙ୍ଗିନ ଅଭିଯୋଗ ଥିଲେ ମଧ୍ୟ ପୁଲିସ ଚାପରେ ମାମଲା ରୁଜୁ କରି ନ ଥିଲା। ଅତୀତରେ ଇତିଶ୍ରୀ, ମାଧବୀଲତା, ବେବିନା, କୁନ୍ଦୁଲି ପୀଡ଼ିତାଙ୍କୁ ମଧ୍ୟ ନ୍ୟାୟ ମିଳି ପାରିନାହିଁ।

ମାକୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ରହିଛି। ପୂର୍ବରୁ ଯେତେବେଳେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ସୋମାଲିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ମାମଲା ରୁଜୁ କରି ନ ଥିଲା ପୁଲିସ। ପୀଡ଼ିତା ଯଦି ହାଇକୋର୍ଟ ଯାଇ ନ ଥାନ୍ତେ ତାହେଲେ ପୁଲିସ ମାମଲା ରୁଜୁ କରି ନ ଥାନ୍ତା। ମୁଖ୍ୟମନ୍ତ୍ରୀ ମହିଳାଙ୍କୁ କେତେ ସମ୍ମାନ ଦେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଯାଉଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ଅନ୍ୟ ନିର୍ବାଚନମଣ୍ଡଳୀ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର