ପଦ୍ମପୁରରେ ଯୁବକଙ୍କୁ ହତ୍ୟା କରିବା ଘଟଣା: ମୃତକ ପରିବାର ପକ୍ଷରୁ ସିବିଆଇ ତଦନ୍ତ କରାଇବାକୁ ଏସପିଙ୍କୁ ଫେରାଦ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେବା ଘଟଣା ଆଜି ଜିଲ୍ଲା ଆଦିବାସୀ ସଂଘ  ପକ୍ଷରୁ ସିବିଆଇ ତଦନ୍ତ କରାଇବାକୁ ଏସପିଙ୍କୁ ଫେରାଦ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ,  ଗତ ଜୁନ  ୨୧ ତାରିଖ ଦିନ ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ବାଲିପଦର ପଡା ପଦ୍ମପୁର ଗାଁର ପୂର୍ଣ୍ଣ ଶବର (୪୦) କେଗାଁ କୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ ।  ଟଙ୍କ‌ା ଉଠାଇ ଫେରିବା ବାଟରେ ଗାଁ ର ନରେନ୍ଦ୍ର ଶବର ଘରକୁ ମଦ ପିଇବାକୁ ଯାଇଥିଲେ । ସେଠାରେ ପୂର୍ଣ୍ଣ ଶବର ମଦ ପିଇ ମକର ଶବର ସହିତ ଝଗଡ଼ା କରୁଛି ବୋଲି ମକର ଶବରଙ୍କ ପିତା ନରେନ୍ଦ୍ର ଶବର ରାତ୍ରି ପ୍ରାୟ ୯ ଟା ସମୟରେ ମୃତକଙ୍କ ସ୍ତ୍ରୀ ପ୍ରଭା ଶବରଙ୍କୁ କହିବାକୁ ଯାଇଥିଲେ । ସେହି ଦିନ ରାତ୍ରି ପୂର୍ଣ୍ଣ ଶବର ନିଜ ଘରକୁ ଫେରିନ ଥିଲେ । ପରିବାର ଲୋକେ ପୂର୍ଣ୍ଣ ଶବର ଙ୍କୁ ଖୋଜା ଖୋଜି କରିଥିଲେ ହେଲେ ପାଇନଥିଲେ । ଗତ ଜୁୁୁନ ୨୨  ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜାଣି ବାକୁ ପାଇଲେ ଯେ ପଡ଼ାର ବିଶ୍ବମ୍ବର ଶବରଙ୍କ କୂଅରେ ମରି ପଡ଼ିଛି । ଏହି ଘଟଣାକୁ ନେଇ ମୃତକ ଭାଇ ପଦ୍ମନାଭ ଶବର କେଗାଁ ଥାନାକୁ ଲିଖିତ ଜଣାଇବାରୁ ଘଟଣା ସ୍ଥଳରେ ପୁଲିସ ଓ ଉଦ୍ଧାର ଟିମ୍ ପହଂଚି କୂଅ ଭିତରୁ ମୃତ ଶରୀରକୁ ବାହାର କରିଥିଲେ । ମୃତ ଶରୀରର ଆଖି, ନାକ, ଦେହରେ ବହୁତ ମାଡ଼ ହେଇଥିବା ଆଘାତ ଚିହ୍ନ ରହିଥିଲା । ପୁଲିସ ମୃତ ଶରୀରରକୁ ଦେଖି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲେ । ଏହା ପରେ ମୃତ ଶରୀରରକୁ ବ୍ୟବଚ୍ଛେଦ  ପାଇଁ ପଠାଇ ଥିଲେ ।

ହତ୍ୟା ସନ୍ଦେହ ରେ ସ୍ଥାନୀୟ ଅଞ୍ଚଳର ଚାରି ଜଣଙ୍କୁ  କେଗାଁ ପୁଲିସ ଥାନାକୁ ନେଇ ପଚରା ଉଚରା କରି ପରେ ତିନି ଜଣଙ୍କୁ ପୁଲିସ ଛାଡି ଦେଇଥିଲେ । ଏହି କେଶ୍ ର ପ୍ରକୃତ ହତ୍ୟା କାରି ଧରା ପଡିନ ଥିବା କଥା ମୃତ ପରିବାର ଆଦିବାସୀ ସଂଘକୁ ଜଣାଇଛନ୍ତି । କେଗାଁ ପୁଲିସ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛି ବୋଲି ମୃତଙ୍କ ସ୍ତ୍ରୀ ଅଭିଯୋଗ କହୁଛନ୍ତି । ସ୍ଵାମୀ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପ୍ରଭା ଶବର ଓ ଦୁଇ ପୁଅ ଦୁଃଖ ରେ ଭାଙ୍ଗି ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଜାଣିବା ପରେ ଏହି ହତ୍ୟା ଘଟଣା ଉପରେ ସିବିଆଇ ତଦନ୍ତ ପାଇଁ ମୃତ ପରିବାର ସହ ଆସି ଦାବି କରିଛି । ଏହି ଘଟଣା ରେ ସମ୍ପୃକ୍ତ ହତ୍ୟା କାରୀମାନଙ୍କୁ ଗିରଫ କରି ସେମାନଙ୍କୁ ଜେଲ୍ ଦଣ୍ଡ ରେ ଦଣ୍ଡିତ କରିବା ସହ ମୃତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ଆଦିବାସୀ ସଂଘର କର୍ମକର୍ତ୍ତା ମାନେ କଳାହାଣ୍ଡି ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳ ରେକଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ  ସଂଘର ସାଧାରଣ ସମ୍ପାଦକ  ମହେଶ୍ଵର ମାଝୀ, ସହ ସମ୍ପାଦକ  ନବୀନ କୁମାର ମାଝୀ, ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା  ଚନ୍ଦ୍ରମଣି ମାଝୀ, କୋଷାଧ୍ୟକ୍ଷ  ଜଗଦୀଶ ଶବର,  ନର୍ଲା କାନ୍ତ ଶବର,  ଅଗସ୍ତ ମାଝୀ,  ଅନାମ ଶବର, ପ୍ରମୁଖ ଉପସ୍ଥିତ ଥିଲେ l

ସମ୍ବନ୍ଧିତ ଖବର