ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆଜି ନାମ ଘୋଷଣା ହୋଇଛି। ଏଥିନିମନ୍ତେ ହୃଷୀକେଶ ଭୋଇଙ୍କୁ ଚୟନ କରାଯାଇଛି। ସେ ୭୫ତମ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ରାଜ କରିବେ।
ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ଠାରେ ନୂତନ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ କଂସ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ୪୨ ଜଣ କଳାକାର। ସେମାନଙ୍କ ମଧ୍ୟରୁ ହୃଷୀକେଶ ଭୋଇଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ଚୟନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଗାମୀ ଡିସେମ୍ବର ୨୭ରୁ ଜାନୁଆରୀ ୧୧ ଯାଏଁ ଅନୁଷ୍ଠିତ ହେବ ବରଗଡ଼ ଧନୁଯାତ୍ରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/baragarh.jpg)