କଟକ: ବଦଳିଲା ବାଲିଯାତ୍ରା ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ଥର ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବାଲିଯାତ୍ରା ନାମ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମେଳାର ନୂଆ ନାମ ହେଲା 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା।
ସୂଚନା ମୁତାବକ, ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ଟ୍ରାଫିକ ଜାମ୍ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ଏଥର ବାଲିଯାତ୍ରା ହେବନାହିଁ । କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ବାଲିଯାତ୍ରା । ୩୪ଏକର ପରିବର୍ତ୍ତେ ଏଥର କେବଳ ୬୦ଏକର ଜାଗାରେ ବାଲିଯାତ୍ରା ହେବ ବୋଲି ଜଣାଯାଇଛି। ବାଲିଯାତ୍ରା ସମ୍ବନ୍ଧୀୟ ସବୁ ତଥ୍ୟ ଏବେ ବାଲିଯାତ୍ରା ପୋର୍ଟାଲରେ ରହିବ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହିବ । ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । ସୋସାଇଟି ରେଜିସଷ୍ଟ୍ରେସନ ଆଫ୍ରେ ଯିଏ ପଞ୍ଜୀକୃତ ଥିବେ ସେମାନେ ଆବେଦନ କରିପାରିବେ । ପ୍ରତି ଟିମ୍କୁ ପ୍ରଦର୍ଶନ ପାଇଁ ୨୦ ମିନିଟ୍ ସମୟ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/12/new-project-5-2025-09-12-13-39-41.jpg)