ସମ୍ବଲପୁର: ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଅବସରରେ ଅନେକ ସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳା ଘଟିଛି। ସ୍ଥିତି ଅଶାନ୍ତ ହେବାରୁ ପୁଲିସକୁ ଏକାଧିକ ସ୍ଥାନରେ ଲାଠି ଚାର୍ଜ କରିବାକୁ ମଧ୍ୟ ପଡ଼ିଥିଲା। ଅନ୍ୟପଟେ ଏସବୁ ଘଟାଇଥିବା ଲୋକଙ୍କୁ ଏବେ ପୁଲିସ ଖୋଜୁଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଲୋକଙ୍କୁ ଚିହ୍ନଟ କରି ଉଠାଇବା ମଧ୍ୟ ଆରମ୍ଭ କରିଛି।
ସମ୍ବଲପୁର ଏସ୍ପି ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ ଶନିବାର ଶେଷ ସୁଦ୍ଧା ମୋଟ ଉପରେ ୪୯ ଜଣଙ୍କୁ ଗିରଫ କରାଯାଇଛି। ଆଉ ୫୦ ଜଣଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ବାଇକ୍ରାଲି ହିଂସାକାଣ୍ଡ ପରେ ୨୬ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/arrest.jpeg)