ଭୁବନେଶ୍ବର : ରାଜ୍ୟରେ କରୋନା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ଟପିଛି। ଦୈନିକ ସଂକ୍ରମଣ ୪ଶହ ମୁହାଁ ହୋଇଛି। ଏହାସହ ରାଜ୍ୟର ୨୪ଟି ଜିଲ୍ଲାକୁ ସଂକ୍ରମଣ ବ୍ୟାପିଛି। ତେବେ ରାଜ୍ୟରେ ଗତ ମାର୍ଚ ମାସରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ରେ ସର୍ବାଧିକ ୧୪୫, କଟକ ୫୦, ନବରଙ୍ଗପୁର ୨୬, ବଲାଙ୍ଗୀର ୨୨, ମୟୂରଭଞ୍ଜ ୨୦, ନୂଆପଡ଼ା ୧୮, ନୟାଗଡ଼ ୧୭ ଓ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତ ବାହାରିଛନ୍ତି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି। ମାତ୍ର ଆଉ କୌଣସି ବ୍ୟକ୍ତି କୋଭିଡରେ ପ୍ରାଣ ହରାଇ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦକ୍ଷିଣ ଓଡ଼ିଶାରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ଏସବୁ ଜିଲ୍ଲାରେ କୋଭିଡର ମୁକାବିଲା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ଏହାସହ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ୫୦ହଜାର କର୍ବିଭାକ୍ସ ଟିକା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଯାହାଫଳରେ ବୟସ୍କମାନଙ୍କୁ ପ୍ରିକସନ୍ ଡୋଜ୍ ଟିକା ଦିଆଯାଇପାରିବ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। ତେଣୁ କେନ୍ଦ୍ର ସରକାର ଟିକା ନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୨ହଜାର ଟପିଲା
ସୁନ୍ଦରଗଡ଼ରେ ଦୈନିକ ସଂକ୍ରମଣ ଶହେ ପାର୍, ୨୪ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଲା
/sambad/media/post_attachments/wp-content/uploads/2023/04/corona-test-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)