ରାଜ୍ୟରେ ଥିବା ଆଇସିୟୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା

ଭୁବନେଶ୍ବର: ରାଜ୍ୟରେ ଯେମିତି କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି, ଠିକ୍ ସେମିତି ଆଇସିୟୁରେ ଥିବା ରୋଗୀଙ୍କ ସଂଖ୍ୟା ବି ବଢ଼ିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟରେ ବୟସ୍କଙ୍କ ପାଇଁ ୫୩୧୧ଟି ସାଧାରଣ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୧୧୧ ଜଣ ରୋଗୀ ଅଛନ୍ତି। ଏଯାଏଁ ୨.୦୯% ବେଡ୍ ସରିଛି। ଅପରପକ୍ଷରେ ରାଜ୍ୟରେ ବୟସ୍କଙ୍କ ପାଇଁ ୧୩୭୪ଟି ଆଇସିୟୁ/ଏଚଡିୟୁ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୧୪୩ ଜଣ ରୋଗୀ ଅଛନ୍ତି। ଏଯାଏଁ ୧୦.୪୧% ବେଡ୍ ସରିଛି। ଠିକ୍ ସେହିପରି ରାଜ୍ୟରେ ବୟସ୍କଙ୍କ ପାଇଁ ୬୨୪ଟି ଭେଣ୍ଟିଲେଟର ଥିବା ବେଳେ ଏଥିରେ ଗତ ୫ ତାରିଖରେ ୧୯ ଜଣ ରୋଗୀ ଅଛନ୍ତି। ଏଯାଏଁ ୩.୦୫% ଭେଣ୍ଟିଲେଟର ବେଡ୍ ସରିଛି। ହୋମ୍ ଆଇସୋଲେସନରେ ଥିବା ସଂକ୍ରମିତ ବୟସ୍କଙ୍କ ସଂଖ୍ୟା ୩୫୮୯।

ରାଜ୍ୟରେ ପିଲାଙ୍କ ପାଇଁ ୯୩୭ଟି ସାଧାରଣ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୯ ଜଣ ରୋଗୀ ଅଛନ୍ତି। ଏଯାଏଁ ୦.୯୬% ବେଡ୍ ସରିଛି। ଅପରପକ୍ଷରେ ପିଲାଙ୍କ ପାଇଁ ୨୪୨ଟି ଆଇସିୟୁ/ଏଚଡିୟୁ ବେଡ୍ ଥିବା ବେଳେ ଗତ ୫ ତାରିଖରେ ମାତ୍ର ଜଣେ ରୋଗୀ ଅଛନ୍ତି। ଏଯାଏଁ ୦.୪୧% ବେଡ୍ ସରିଛି। ଠିକ୍ ସେହିପରି ରାଜ୍ୟରେ ପିଲାଙ୍କ ପାଇଁ ୧୧୦ଟି ଭେଣ୍ଟିଲେଟର ଥିବା ବେଳେ ଏଥିରେ ଗତ ୫ ତାରିଖରେ ଏଥିରେ କେହି ରୋଗୀ ନାହାନ୍ତି। ହୋମ୍ ଆଇସୋଲେସନରେ ଥିବା ଶିଶୁ ଓ କିଶୋରଙ୍କ ସଂଖ୍ୟା ୫୮୩।

 

ସମ୍ବନ୍ଧିତ ଖବର