ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୯୨,୬୧୧ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି ଯେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ସାଧାରଣ ଶିକ୍ଷକଙ୍କ ଦ୍ବାରା ଆବଶ୍ୟକ ଶିକ୍ଷାଦାନ କରାଯାଉଛି। ସମଗ୍ର ଶିକ୍ଷା ଯୋଜନାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ବ୍ଲକ୍ ପିଛା ୨ଜଣ ହିସାବରେ ୬୩୨ ଜଣ ସ୍ବତନ୍ତ୍ର ତାଲିମପ୍ରାପ୍ତ(ଆରସିଆଇ ସ୍ପେଶାଲ ଏଜୁକେସନ୍ କୋର୍ସ) କରିଥିବା ଗୋଷ୍ଠୀ ସମ୍ବଳ ଶିକ୍ଷକ/ସାଧନ କର୍ମୀ ନିୟୋଜିତ ହୋଇଛନ୍ତି। ୧୧୩୬ ଜଣ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ସାଧାରଣ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ/ନିୟମିତ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଚଳିତବର୍ଷ ସମଗ୍ର ଶିକ୍ଷା ଯୋଜନାରେ ବ୍ଲକ୍ ପିଛା ୪ଜଣ ହିସାବରେ ୧୨୬୪ ସଂଖ୍ୟକ ସ୍ପେଶାଲ ଏଜୁକେଟର ପଦବି ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର ହୋଇଛି। ଏହି ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp