ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ଟପିଲା: ଦିନକରେ ୬୪୪ ପଜିଟିଭ୍, ୧୭ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ରାଜ୍ୟରେ ଆଜି ୧୩୧୫ କରୋନା ରୋଗୀ ସୁସ୍ଥ ହେବା ପରେ ଏହି ସଂଖ୍ୟା ୩ଲକ୍ଷ ୪୭୪କୁ ବୃଦ୍ଧି ପାଇଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ବଦଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୯୬୫କୁ ହ୍ରାସ ପାଇଛି। ରାଜ୍ୟରେ ଏବେ ୨.୫ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ରାଜ୍ୟରେ ଗତ ୨୪ଘଣ୍ଟାରେ ୩୬,୨୧୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୬୪୪ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ଏପରିକି ୯ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ଖୋର୍ଧାରୁ ସର୍ବାଧିକ ୭୩ଜଣ ଚିହ୍ନଟ ହେବା ଫଳରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୦,୬୦୭କୁ ବୃଦ୍ଧି ପାଇଛି। ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳ ୨୯, ବାଲେଶ୍ବର ୧୩, ବରଗଡ଼ ୧୪, ଭଦ୍ରକ ୧୯, ବଲାଙ୍ଗୀର ୩୨, ବୌଦ୍ଧ, ଗଜପତି ଓ ଦେବଗଡ଼ରୁ ୩ ଲେଖାଏଁ, କଟକ ୩୮, ଢେଙ୍କାନାଳ ୬, ଗଞ୍ଜାମ ୭, ଜଗତସିଂହପୁର ୨୭, ଯାଜପୁର ୧୭, ଝାରସୁଗୁଡ଼ା ୨୬, କଳାହାଣ୍ଡି ୧୫, କନ୍ଧମାଳ ୫, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୩୭, କୋରାପୁଟ ଓ ରାୟଗଡ଼ାରୁ ୧ ଲେଖାଏଁ, ମାଲକାନଗିରି ୧୬, ମୟୂରଭଞ୍ଜ ୫୯, ନବରଙ୍ଗପୁର ୧୫, ନୟାଗଡ଼ ଓ ନୂଆପଡ଼ାରୁ ୯ ଲେଖାଏଁ, ସମ୍ବଲପୁର ୧୫, ସୋନପୁର ୧୦, ସୁନ୍ଦରଗଡ଼ ୬୨ ଓ ଷ୍ଟେଟ୍‌ ପୁଲରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୦ହଜାର ୫୨କୁ ବୃଦ୍ଧି ପାଇଛି।

କରୋନାରେ ୧୭ ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା ହୋଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ, ସମ୍ବଲପୁର ୩, ସୋନପୁର ଓ ଜଗତସିଂହପୁରରୁ ୨ ଲେଖାଏଁ, ବରଗଡ଼, ଭଦ୍ରକ, କଟକ, ଗଞ୍ଜାମ, ଖୋର୍ଧା ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରୁ ୨୬୯, ଗଞ୍ଜାମ ୨୩୩, କଟକ ୧୨୫, ସୁନ୍ଦରଗଡ଼ ୧୦୩ ଓ ପୁରୀରୁ ୯୧ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୫୬୦କୁ ବୃଦ୍ଧି ପାଇଛି।

କଟକରୁ ଆଜି ୧୪୪ ରୋଗୀ ସୁସ୍ଥ ହୋଇଛନ୍ତି। ଏହାଛଡ଼ା ଖୋର୍ଧା ୧୪୩, ସୁନ୍ଦରଗଡ଼ ୧୧୬, ମୟୂରଭଞ୍ଜ ୮୭, ପୁରୀ ୭୭, ଜଗତସିଂହପୁର ୭୪, ବରଗଡ଼ ୬୨, ଯାଜପୁର ୫୫, କେନ୍ଦ୍ରାପଡ଼ା ୫୪, ବାଲେଶ୍ବର ୫୩, ଅନୁଗୁଳ ୪୪, ବଲାଙ୍ଗୀର ୪୨, ନୂଆପଡ଼ା ୪୧, ସମ୍ବଲପୁର ୩୭, କଳାହାଣ୍ଡି ୩୫, କୋରାପୁଟ ୩୧, ଭଦ୍ରକ ଓ ନୟାଗଡ଼ରୁ ୨୩ ଲେଖାଏଁ, ସୋନପୁର ୧୯, ଢେଙ୍କାନାଳ ଓ ମାଲକାନଗିରିରୁ ୧୬ ଲେଖାଏଁ, ନବରଙ୍ଗପୁର ୧୪, ଗଞ୍ଜାମ ୧୨, କନ୍ଧମାଳ ୯, ଝାରସୁଗୁଡ଼ା ୮, ବୌଦ୍ଧ ୫, ରାୟଗଡ଼ା ୩, ଦେବଗଡ଼, ଗଜପତି ୧ ଓ ଷ୍ଟେଟ୍‌ ପୁଲରୁ ୨୭ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର