ଭୁବନେଶ୍ବର: ରଜ ପର୍ବ ଅବସରରେ ନନ୍ଦନ କାନନରେ ପର୍ଯ୍ୟଟକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇନାହିଁ। ଗତ ବର୍ଷଠାରୁ ଚଳିତବର୍ଷ ପର୍ଯ୍ୟଟକ ସଂଖ୍ୟା ଢେର କମିଛି। ଚଳିତବର୍ଷ ପ୍ରବଳ ଖରା ସହିତ ଗୁଳୁଗୁଳି ହେଉଥିବା ଏହାର କାରଣ ବୋଲି ସେଠାକାର କର୍ମଚାରୀମାନେ ଅନୁମାନ କରୁଥିବା କହିଛନ୍ତି। ଗତ ବର୍ଷ ପହିଲି ରଜରେ ୧୨ ହଜାର ୮୩୬ ଟିକେଟ ବିକ୍ରି ହୋଇଥିଲା।
ରଜ ସଂକ୍ରାନ୍ତରେ ୨୧ ହଜାର ୫୫୧ ଟିକେଟ ଓ ଶେଷ ରଜ ଦିନ ୧୪ ହଜାର ୬୨୪ ଟିକେଟ ବିକ୍ରି ହୋଇଥିଲା। କିନ୍ତୁ ଚଳିତବର୍ଷ ପହିଲି ରଜରେ ୨୧ ହଜାର ୧୨୬ ଟିକେଟ ବିକ୍ରି ହୋଇଛି। ସେହିପରି ରଜ ସଂକ୍ରାନ୍ତିରେ ୩୪୮୧୭ ଟିକେଟ ବିକ୍ରି ହୋଇଥିବାବେଳେ ଶେଷ ରଜ ଦିନ ୩୦ ହଜାର ୫ ଟିକେଟ ବିକ୍ରି ହୋଇଥିବା ନନ୍ଦନକାନନର ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଗତ ବର୍ଷ ମୋଟ ୪୯ ହଜାର ୧୧ ପର୍ଯ୍ୟଟକ ଆସିଥିବାବେଳେ ଚଳିତବର୍ଷ ୮୫୯୪୮ ପର୍ଯ୍ୟଟକ ନନ୍ଦନ କାନନ ବୁଲିଛନ୍ତି।