ଭୁବନେଶ୍ବର: କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ଏନେଇ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବାର ଉଦ୍ୟମ ଜାରି ରଖିଛନ୍ତି। ଭାରତ ଏବେ ଟିକା ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକେନ୍ଦ୍ର ସଂଖ୍ୟା ବଢ଼ାଇଦିଆଯାଇଛି। ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

Advertisment

Johnson & Johnson: FDA has approved extended vaccine expiration date - Axios Axios

ସେ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ୧୬ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା ଏବେ ଏହି ସଂଖ୍ୟା ବଢ଼ିବା ସହ ୧୭୭୪ ଟିକାକେନ୍ଦ୍ର ଚାଲିଛି। ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ। ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଫୋକସ କରୁଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨କୋଟି ୮୩ଲକ୍ଷ ୨୯ ହଜାର ୩୯୬ଡୋଜ ଟିକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଛନ୍ତି ୨୦୭୯୫୫୧୪ ଓ  ଦ୍ବିତୀୟ ଡୋଜ ୭୫୩୩୮୮୨। ଏଯାଏଁ ୧୬୦୭୭୫ ଗର୍ଭବତୀ ମହିଳା ଟିକା ନେଇ ସାରିଥିବା ସହ ଏବେ ୨୦ଲକ୍ଷ ୫୧ହଜାର ୬ଶହ ଟିକା ଗଚ୍ଛିତ ଅଛି। ସେଥିରୁ ୧୮ଲକ୍ଷ ୬୭ ହଜାର ୪୭୦ କୋଭିସିଲଡ ଏବଂ ୧ ଲକ୍ଷ ୮୪ ହଜାର ୧୩୦ କୋଭାକ୍ସିନ ଟିକା ଗଚ୍ଛିତ ଅଛି।