ଓଡ଼ିଶାରେ ମହିଳା ପୁଲିସଙ୍କ ସଂଖ୍ୟା ବଢ଼ିବ

ଭୁବନେଶ୍ବର : ଜାତୀୟ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ରିପୋର୍ଟ ଓ ‘ଇଣ୍ଡିଆ ଜଷ୍ଟିସ୍‌’ ରିପୋର୍ଟରେ ରାଜ୍ୟର ମହିଳା ବିରୋଧୀ ହିଂସା ଓ ଅପରାଧ ନିୟନ୍ତ୍ରଣ ସମ୍ବନ୍ଧୀୟ ତଥ୍ୟକୁ ଅନୁଧ୍ୟାନ କରି ଓଡ଼ିଶାରେ ମହିଳା ପୁଲିସ କର୍ମଚାରୀଙ୍କ ହାର ବୃଦ୍ଧି କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ୍ଷ ଚୟନ ସମୟରେ ୩୩% ହାରରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ସେମାନଙ୍କର ପ୍ରତିନିଧିତ୍ବ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ ଜାତୀୟ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ରିପୋର୍ଟ ଅନୁସାରେ ଓଡ଼ିଶା ପୁଲିସରେ ମହିଳା କର୍ମଚାରୀଙ୍କ ପ୍ରତିନିଧିତ୍ବ ହାର ମାତ୍ର ୧୦.୧% ଥିବା ଯୋଗୁଁ ଓଡ଼ିଶାରେ ମହିଳା ବିରୋଧୀ ହିଂସା ଓ ଅପରାଧ ନିୟନ୍ତ୍ରଣ ହୋଇପାରୁନଥିବା ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟରେ ଇଙ୍ଗିତ କରାଯାଇଛି। ଏଦୃଷ୍ଟିରୁ ଓଡ଼ିଶାରେ ମହିଳା ପୁଲିସ କର୍ମଚାରୀଙ୍କ ହାର ୩୩%ରେ ପହଞ୍ଚିବାକୁ ଆଉ କେତେ ବର୍ଷ ଲାଗିବ? ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଉପରୋକ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର