କରୋନା ମୁକାବିଲା ପାଇଁ ସ୍କୁଲ ବନ୍ଦ ରହିବାରୁ ମାଧ୍ୟାହ୍ନ ଭୋଜନ ଲାଗି ତିନମାସର ଆଗୁଆ ରାସନ୍‌ ଅଭିଭାବକଙ୍କୁ ମିଳିବ

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ଆଜି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରି ରାଜ୍ୟର ୫ ଜିଲ୍ଲା ଓ ୮ ସହରର ସଂପୂର୍ଣ୍ଣ ( ନିଆର୍‌ ଟୋଟାଲ୍‌) ଲକଡାଉନ୍‌ ଘୋଷଣା କରିଛନ୍ତି। ଏଥିସହିତ ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିବାର ପାଇଁ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ  ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ବି ବନ୍ଦ ରହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ତିନିମାସର  ଆଗୁଆ ରାସନ୍‌ ସେମାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯିବ। ଏହି ରାସନ୍‌ ପାଇଁ ପ୍ରତ୍ୟେକ ଅଭିଭାବକଙ୍କୁ ଏକ କୁପନ୍‌ ଦିଆଯିବ। ଏହି କୁପନ୍‌ରେ ସ୍କୁଲ ର ହେଡମାଷ୍ଟରଙ୍କ ଦସ୍ତଖତ ରହିବ ବୋଲି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଶନିବାର  ସୂଚନା ଦେଇଛନ୍ତି।

ବାଗଚୀ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି କି, ଅଭିଭାବକମାନେ ବିଦ୍ୟାଳୟକୁ ଟ୍ୟାଗ୍‌ ହୋଇଥିବା ପିଡିଏସ୍‌ ଆଉଟଲେଟ୍‌ ନିକଟରୁ ଚାଉଳ ଉଠାଇ ପାରିବେ। ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏହି ଟ୍ୟାଗିଂ ଚୂଡାନ୍ତ ହେବ। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର