ବେଲପଡ଼ା: ବାର୍ଦ୍ଧକ୍ୟ ଭତ୍ତା ନେଇ ଫେରୁଥିବା ବେଳେ ରାସ୍ତାରେ ପଡ଼ିଯାଇ ଅଚେତ ହୋଇଗଲେ ରାଜାରାମ ହାତୀ (୮୦ବର୍ଷ) ନାମକ ଜଣେ ବୃଦ୍ଧ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପଞ୍ଚାୟତ ପଦ୍ମପୁର କୁଦୋଭଟା ଗାଁର ରାଜାରାମ ହାତୀ ଓ ତାଙ୍କ ସ୍ତ୍ରୀ ଉଷା ହାତୀ ନିଜ ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଗତ ଶୁକ୍ରବାର ବେଲପଡ଼ା ଷ୍ଟେଟବ୍ୟାଙ୍କକୁ ଆସିଥିଲେ।
ଜଣକ ଭତ୍ତା ପାଇଥିବା ବେଳେ ଅନ୍ୟ ଜଣକ ମିଳି ନଥିଲା। ଉଭୟେ ଘରକୁ ଫେରୁଥିବା ସମୟରେ ରାଜାରାମ ବାଟରେ ପଡ଼ିଯାଇଥି ଚେତାଶୂନ୍ୟ ହୋଇପଡ଼ିଥିଲେ। ସେତେବେଳେ ସମାଜସେବୀ ଦେବ ସୁନା ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ଉଭୟଙ୍କୁ ଘରକୁ ପଠାଇ ଦେଇଥିଲେ। ଏବେ ରାଜାରାମଭ୍କ ସ୍ବାସ୍ଥ୍ୟାଅବସ୍ଥା ଠିକ୍ ଥିବା ଜଣାପଡ଼ିଛି।