ଝୁମ୍ପୁରା: ତେଜରାତି ଦୋକାନ ଆଗରେ ସଉଦା କିଣିବା ପାଇଁ ଛିଡ଼ା ହୋଇଥିବା ବେଳେ ଟଳିପଡ଼ିଲେ ବୃଦ୍ଧ। ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ଉଖୁଣ୍ଡା ବଜାରରେ। ମୃତକ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ଗଣ୍ଡବରେଇ ଗ୍ରାମ ଲକ୍ଷ୍ମୀକାନ୍ତ ନାଏକ (୬୦)। ଲକ୍ଷ୍ମୀକାନ୍ତ ଉଖୁଣ୍ଡା ବଜାରକୁ ସଉଦା କିଣିବାକୁ ସାଇକଲ ନେଇ ଆସିଥିଲେ।
ସାଇକଲକୁ ତେଜରାତି ଦୋକାନ ଆଗରେ ଠିଆ ସଉଦା କିଣିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ହଠାତ୍ ଟଳି ପଡ଼ିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଅମ୍ବୁଲାନ୍ସରେ ଝୁମ୍ପୁରା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-final.jpg)
